ETV Bharat / state

ରାଜ୍ୟ ସରକାରଙ୍କୁ ରାୟଗଡା ବିଜେପି ଯୁବମୋର୍ଚ୍ଚା ପଚାରିଲା 22ଟି ପ୍ରଶ୍ନ - ଯୁବମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ

ଓଡ଼ିଶାରେ 22ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରଙ୍କୁ ରାୟଗଡା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି 22ଟି ପ୍ରଶ୍ନ କରଯାଇଛି । ଅଧିକ ପଢନ୍ତୁ

ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି 22ଟି ପ୍ରଶ୍ନ

author img

By

Published : Sep 6, 2022, 7:27 AM IST

ରାୟଗଡା: ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଯୁବ ମୋର୍ଚ୍ଚା ସଭାପତି ନୀଳାଦ୍ରୀ ବିହାରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ସମ୍ମିଳନୀ । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ 22ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରଙ୍କୁ ରାୟଗଡା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ 22ଟି ପ୍ରଶ୍ନ କରଯାଇଛି ।

ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି 22ଟି ପ୍ରଶ୍ନ

ତେବେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି, ସହରାଞ୍ଚଳରେ ଜମି ପଟ୍ଟା ବଣ୍ଟନ, ନଦୀ ସୁରକ୍ଷା, ମହିଳା ଓ ଶିଶୁ ସୁରକ୍ଷା, ଶକ୍ତି ଚଞ୍ଚକତା, ଶିକ୍ଷାର ଅବ୍ୟବସ୍ଥା, ଡିଏମ ଏଫ ଅର୍ଥରେ ଦୁର୍ନୀତି, ଓଡ଼ିଶାର ବେକାରୀ ସମସ୍ୟା, ବିଯୁ ଯୁବବହିନୀ ଏବେ କେଉଁଠି ଭଳି 22ଟି ପ୍ରଶ୍ନ ରାଜ୍ୟ ସରକାରଙ୍କୁ ପଚରାଯାଇଛି । ଏଥିସହ ଏହି ଅବସରରେ ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା, ଯୁବ ମୋର୍ଚ୍ଚା ଉପସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ ସରକାର ଏହାର ସଠିକ ଉତ୍ତର ନଦେଲେ ଆଗାମୀ ଦିନରେ ଯୁବ ସମାଜଙ୍କ ହିତ ପାଇଁ ରାଜରାସ୍ତାକୁ ଓହ୍ଲେଇବାକୁ କହିଛନ୍ତି ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ନୀଳାଦ୍ରୀ ବିହାରୀ ପାତ୍ର ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.