ETV Bharat / state

ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦାବିରେ ନଗର ବିଜେପିର ଧାରଣା - rayagada

ରାୟଗଡା ଜିଲ୍ଲାରେ ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ଦାବି କରି ବିଜେପି ପକ୍ଷରୁ ଧାରଣା । ଅଧିକ ପଢନ୍ତୁ...

ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦାବିରେ ନଗର ବିଜେପିର ଧାରଣା

author img

By

Published : Dec 24, 2020, 9:19 AM IST

ରାୟଗଡା: ଯୁବପିଢି ହେବେ ଦାଦନ, ସରକାର ଖାଇବେ ଖଣି ଖାଦାନ ଏହି ସ୍ଲୋଗାନ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ରାୟଗଡା ନଗର ବିଜେପି । ରାୟଗଡା ଜିଲ୍ଲାରେ ଥିବା ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦାବି କରି ଧାରଣାରେ ବସିଛି ନଗର ବିଜେପି ।

ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଦାବିରେ ନଗର ବିଜେପିର ଧାରଣା

ରାୟଗଡା ଜିଲ୍ଲାରେ 64 ପ୍ରତିଶତ ରହିଛି ସାକ୍ଷରତା ହାର । ହେଲେ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ ମାନେ ନିଯୁକ୍ତିର ସୁଯୋଗ ପାଇ ନାହାନ୍ତି । କେନ୍ଦ୍ର ସରକାର ବେକାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଏହାର କିଛି ସୁଫଳ ମିଳୁନାହିଁ । ରାୟଗଡା ଜିଲ୍ଲାରେ ତିନି ତିନିଟି ବଡ କାରଖାନା ରହିଛି । ହେଲେ ସେଠାରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କୁ ପରିବର୍ତ୍ତେ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ମିଳିଛି ଯାହାକୁ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରି ଧାରଣାରେ ବସିଛି ।

ଆଗାମୀ ଦିନରେ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଦିଆ ନଗଲେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନକୁ ଓଲ୍ଲାଇବ ବୋଲି ରାୟଗଡା ନଗର ବିଜେପି ସଭାପତି ଶ୍ୟାମ କୁମାର ଦାସ କହିଛନ୍ତି । ଏହି ଧରଣାରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ,ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ କାଳୀରାମ ମାଝୀ,ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା,ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀ ବୁରୁଡି ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.