ETV Bharat / state

ଆମ୍ବ ଚାରା ପ୍ରଦାନରେ ବ୍ୟାପକ ଘୋଟଲା, ପ୍ରେସମିଟ୍‌ରେ ବର୍ଷିଲା ବିଜେପି

କାଶୀପୁରରେ ଆମ୍ବ ଚାରା ପ୍ରଦାନ ପାଇଁ ବ୍ୟାପକ ଚଞ୍ଚକତା,ଯୋଗ୍ୟ ଚାଷୀ ତାଲିକାରୁ ବାହାର ପ୍ରତିବାଦରେ ବିଜେପିର ପ୍ରେସମିଟ । ଅଧିକ ପଢନ୍ତୁ...

author img

By

Published : Aug 20, 2021, 12:13 PM IST

Updated : Aug 20, 2021, 1:24 PM IST

ଚାଷୀଙ୍କୁ ଆମ୍ବ ଚାରା ପ୍ରଦାନରେ ବ୍ୟାପକ ଚଞ୍ଚକତା,
ଚାଷୀଙ୍କୁ ଆମ୍ବ ଚାରା ପ୍ରଦାନରେ ବ୍ୟାପକ ଚଞ୍ଚକତା,ଚାଷୀଙ୍କୁ ଆମ୍ବ ଚାରା ପ୍ରଦାନରେ ବ୍ୟାପକ ଚଞ୍ଚକତା,ଚାଷୀଙ୍କୁ ଆମ୍ବ ଚାରା ପ୍ରଦାନରେ ବ୍ୟାପକ ଚଞ୍ଚକତା,

ରାୟଗଡା: ଆମ୍ବଚାଷୀଙ୍କୁ ଅଣଦେଖା । ଦୀର୍ଘ ଏକ ଦଶନ୍ଧି ଧରି ରାୟଗଡା ଜିଲ୍ଲାର କାଶୀପୁର ବ୍ଲକର ଚାଷି ଶହ ଶହ କ୍ବିଣ୍ଟାଲ ଆମ୍ବ ଉତ୍ପାଦନ କରୁଛନ୍ତି । କିନ୍ତୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଂପୂର୍ଣ୍ଣ ସହାୟତା ମିଳୁନଥିବା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ଗତକାଲି ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା କାଶୀପୁର ବ୍ଲକରେ ଚାଷୀ ଚୟନ ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳୀରେ ଅଭିଯୋଗ କରିଛନ୍ତି ।

ଆମ୍ବ ଚାରା ପ୍ରଦାନରେ ବ୍ୟାପକ ଘୋଟଲା

ଚଳିତ 2021-22 ଆର୍ଥିକ ବର୍ଷରେ କାଶୀପୁର ବ୍ଲକର ପ୍ରାୟ 1844 ହେକ୍ଟର ଚାଷ ଜମିରେ ମନରେଗା ଯୋଜନାରେ ଆମ୍ବ ଚାରା ପ୍ରଦାନ ପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଏନେଇ କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରାୟ 7ଲକ୍ଷ 37 ହଜାର 400 ଆମ୍ବ ଚାରା ରୋପଣ ପାଇଁ ବିଭାଗ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି । ଗୋଟିଏ ହେକ୍ଟର ପିଛା 400 ଚାରା ଲାଗିବାକୁ ଥିବା ବେଳେ ଚାଷୀ ଚୟନରେ ବ୍ୟାପକ ହେରାଫେର କରାଯାଇଥିବା ଅଭିଯୋଗ ହୋଇଛି ।

ତେବେ ଯେଉଁ ମାନେ ଯୋଗ୍ୟ ଚାଷୀ ଏବଂ ଚାରା ପାଇଁ ଆବେଦନ କରିଥିଲେ ସେମାନଙ୍କ ଆବେଦନକୁ ଖାରଜ୍ କରାଯାଇଥିବା ବେଳେ ସ୍ଥାନୀୟ ବିଧାୟକ ଓ କାଶୀପୁର ଅଞ୍ଚଳର ପ୍ରତିଷ୍ଠିତ ଚାଷୀଙ୍କ ପ୍ରରୋଚନାରେ ଚାଷୀ ଚୟନ କରାଯାଇଥିବା ଅଭିଯୋଗ ଆସିଛି । ବିଶେଷ କରି କାଶୀପୁର ବ୍ଲକର ଅଡାଝର, ବାଙ୍କାମ୍ବ, ଚନ୍ଦ୍ରଗୀରି, ଗୋରଖପୁର, ମନୁସଗାଁ ଓ ମାଣ୍ଡିବିଶି ଅଞ୍ଚଳର ଚାଷୀଙ୍କୁ ଅଧିକ ଅନୁକମ୍ପା ଦିଆଯାଇଛି ବୋଲି ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ଅଭିଯୋଗ କରିଛନ୍ତି । ଜାଲ୍ ଜମିପଟ୍ଟା ଦେଖାଇ ଅନେକ ଚାଷୀଙ୍କୁ ଚାରା ପ୍ରଦାନ ପାଇଁ ଚୟନ କରାଯାଇଛି । ଆଉ ଯେଉଁ ମାନେ ପ୍ରକୃତ ଚାଷୀ ସେମାନଙ୍କୁ ଅଣଦେଖା କରାଯାଇଥିବା ଲାକ୍ରେସ ଗ୍ରାମର ଚାଷୀ ଅମିତ ମାଝି, ଜଳେଶ୍ବର ନାୟକ ଓ ରେଙ୍ଗା ଗ୍ରାମର ଯୁଗଳ ମାଝୀ ଅଭିଯୋଗ କରିଛନ୍ତି ।

କେବଳ ଏତିକି ନୁହେଁ ଗତ 5 ବର୍ଷ ଧରି କାଶୀପୁର ବ୍ଲକରେ ଆମ୍ବ ଓ କାଜୁ ଚାରା ପ୍ରଦାନରେ ବ୍ୟାପକ ଅନିୟମିତତା ସହ ସାର ଓ କୀଟନାଶକ ଔଷଧ ବଣ୍ଟନରେ ଜାଲିଆତି ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଖଣି ଖାଦାନ ଭରା କାଶୀପୁର ବ୍ଲକରେ ଆଦିବାସୀ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଥିବା ବେଳେ କିଛି ହାତଗଣତି ରାଜନେତାଙ୍କ ପ୍ରରୋଚନାରେ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉନାହିଁ ।

ତେବେ ଚାରା ବଣ୍ଟନରେ ପ୍ରକୃତ ଚାଷୀ ଚୟନ କରାନଗଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଉଦ୍ୟାନ କୃଷି ବିଭାଗର ଉପନିର୍ଦେଶକ ପତିତପାବନ ସାମନ୍ତରାୟଙ୍କ ପ୍ରତିକ୍ରିଆ ନେବାରୁ ସେ ଚାଷୀ ଚୟନରେ ଚଞ୍ଚକତା ଅଭିଯୋଗକୁ ଖଣ୍ଡନ କରିବା ସହ କାଶୀପୁର ବ୍ଲକରେ ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Aug 20, 2021, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.