ETV Bharat / state

ମମିତା ହତ୍ୟା ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ବିଜେପିର ଏତଲା - rayagada BJP file case

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ଥାନାରେ ଏତଲା ଦେଲା ବିଜେପି । ଅଧିକ ପଢନ୍ତୁ...

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା: ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ବିଜେପିର ଏତଲା

author img

By

Published : Oct 22, 2021, 4:50 PM IST

ରାୟଗଡା: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି । ବିରୋଧୀ ଦଳ ପ୍ରତ୍ୟେକ ଦିନ ପ୍ରତିବାଦ ଜାରି ରଖିଥିବା ବେଳେ ଆଜି (ଶୁକ୍ରବାର) ପୁଣି ବିଜେପି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରି ରାୟଗଡା ଥାନାରେ ଏତଲା ଦେଇଛି । ମମିତା ମେହେରଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା ମାମଲାରେ ପ୍ରତିବାଦ କରି ଆଜି ଜିଲ୍ଲା ବିଜେପି ପକ୍ଷରୁ ରାୟଗଡା ଥାନାରେ ଏତଲା ଦେଇଛନ୍ତି ନଗର ବିଜେପି ସଭାପତି ।

ମମିତା ହତ୍ୟା ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ବିଜେପିର ଏତଲା

ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତି ଅଭିଯୋଗ କରିଛି ବିଜେପି । ନଗର ବିଜେପି ସଭାପତି ଶ୍ୟାମ କୁମାର ଦାସଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ରାୟଗଡା ଥାନା ସମୁଖରେ ବିକ୍ଷଭ ପ୍ରଦର୍ଶନ କରିବା ସହ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସିଧାସଳଖ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିବାରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି । ତେଣୁ, ତୁରନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବାକୁ ଏଥିରେ ଦାବି କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.