ରାୟଗଡା: ନାଗରିକତା ସଂଶୋଧନ ଆଇନ ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରିବା ପାଇଁ ବିଜେପି ତରଫରୁ ଆଜି (ଶୁକ୍ରବାର) ରାୟଗଡାରେ ଆୟୋଜିତ ହୋଇଛି ସଚେତନତା ପଦଯାତ୍ରା । ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀଙ୍କ ନେତୃତ୍ତ୍ବରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ପୁରୁଣା ବସ ଷ୍ଟାଣ୍ଡ, ଓଭରବ୍ରିଜ, କପିଳାସ ଛକ ଦେଇ ଗଜପତି ଛକରେ ଶେଷ ହୋଇଥିଲା ।
CAA ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ନିୟମ ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରିବା ସହ କେଉଁମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ ସେନେଇ ଜନ ସଚେତନତା କରୁଛି ବିଜେପି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ