ETV Bharat / state

ରାୟଗଡା ଓ ଗୁଡାରୀରେ ବିଜେଡିର କ୍ଳିନସୁଇପ୍‌, ଗୁଣପୁର ମ୍ୟୁନିସିପାଲିଟିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ

author img

By

Published : Mar 26, 2022, 10:52 PM IST

ରାୟଗଡା ଜିଲ୍ଳାର ଗୁଣପୁର ପୈାର ପରିଷଦକୁ ବାଦ୍ ଦେଲେ ରାୟଗଡା ମ୍ୟୁନିସିପାଲିଟି ଓ ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ରେ ବିଜୁ ଜନତା ଦଳ କ୍ଳିନ୍‌ ସୁଇପ କରିଛି । ତେବେ ଗୁଣପୁର ପୈାରପରିଷଦରେ ସ୍ବାଧୀନ ପ୍ରାର୍ଥୀନୀ ବିଜୟୀ । ଅଧିକ ପଢନ୍ତୁ

BJD's clean sweep in Rayagada municipality and Gudari NAC, lose  gunupur
ରାୟଗଡା ଓ ଗୁଡାରୀରେ ବିଜେଡିର କ୍ଳିନସୁଇପ୍‌, ଗୁଣପୁରରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ

ରାୟଗଡା: ରାୟଗଡା ଜିଲ୍ଳାର ଗୁଣପୁର ପୈାର ପରିଷଦକୁ ବାଦ୍ ଦେଲେ ରାୟଗଡା ମ୍ୟୁନିସିପାଲିଟି ଓ ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ରେ ବିଜୁ ଜନତା ଦଳ କ୍ଳିନ୍‌ ସୁଇପ କରିଛି । ରାୟଗଡା ପୈାରାଧ୍ୟକ୍ଷ ଭାବେ ପି.ମହେଶ ପଟ୍ଟନାୟକ ଏବଂ ଗୁଡାରୀ ଏନଏସି ପୈାରାଧ୍ୟକ୍ଷା ଭାବେ ସରିମିତା ଶବର ନିର୍ବାଚିତ ହୋଇଛନ୍ତି । ତେବେ ବିରୋଧୀ କଂଗ୍ରେସ ଓ ବିଜେପି ରାୟଗଡା, ଗୁଣପୁର ଓ ଗୁଡାରୀରେ ନିଜର ଅମାନତ୍ ହରାଇଥିବା ବେଳେ ଗୁଣପୁର ପୈାରପରିଷଦରେ କିନ୍ତୁ ଭୋଟର ସ୍ବାଧୀନ ପ୍ରାର୍ଥୀନୀ ତଥା ଗୁଣପୁର ଏନଏସିର ପୂର୍ବତନ ପୈାରାଧ୍ୟକ୍ଷ ଶିବପ୍ରସାଦ ଗୈାଡଙ୍କ ପତ୍ନୀ ମମତା ଗୈାଡଙ୍କୁ ବିପୁଳ ପରିମାଣରେ ସମର୍ଥନ କରି ପୈାରାଧ୍ୟକ୍ଷା ଭାବେ ନିର୍ବାଚିତ କରିଛନ୍ତି ।

ଯାହାକି ଜିଲ୍ଳାରେ ଚର୍ଚ୍ଚାର ବିଷୟ ହୋଇଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଳା ବିଜେଡି ସଭାପତି ସୁଧୀର କୁମାର ଦାସ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗଙ୍କ ଗୋଟି ଚାଳନାରେ ମଧ୍ୟ ଗୁଣପୁରରେ ଶଙ୍ଖ ଉପରେ ସାଇକେଲ ମାଡି ଯାଇ ବିଜୟୀ ହୋଇଛି । ଯାହାକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ କମି ଯାଇଥିବା ଦେଖିବାକୁ ମିଳିଛି ।

ତେବେ କେଉଁ କାରଣରୁ ଗୁଣପୁର ପୈାର ପରିଷଦରେ ବିଜେଡି ଧରାଶାୟୀ ହୋଇଛି ତାହା ନିଶ୍ଚିତ ଭାବେ ସମୀକ୍ଷା କରାଯିବା ସହ କେଉଁଠି ତ୍ରୁଟି ରହିଥିଲା ତାହା ବିଷୟରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରାଯାଇ ପୁଣିଥରେ ଗୁଣପୁର ସହରାଞ୍ଚଳରେ ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଟା କରାଯିବ ବୋଲି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.