ETV Bharat / state

ଆନ୍ଧ୍ରର ଅନୁପ୍ରବେଶକୁ ତୀବ୍ର ବିରୋଧ କଲେ ଗିରିଧର ଗମାଙ୍ଗ - ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ

ଥମୁନି ଆନ୍ଧ୍ର- ଓଡିଶା ବିବାଦ । ଇରିଡି ଘାଟିରେ ଆନ୍ଧ୍ର ସରକାର ବେଆଇନ ରାସ୍ତା ନିର୍ମାଣ କରୁଥିବା କଥା ସାମନାକୁ ଆସିବା ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ଼ ଗିରିଧର ଗମାଙ୍ଗ । ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନ୍ତର୍ଗତ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶକୁ ତୀବ୍ର ବିରୋଧ କରିଛନ୍ତି ବିଜେପି ନେତା ।

ଆନ୍ଧ୍ରର ଅନୁପ୍ରବେଶକୁ ତୀବ୍ରବିରୋଧ କାଲେ ଗିରିଧର ଗମାଙ୍ଗ

author img

By

Published : Feb 25, 2021, 8:05 AM IST

ରାୟଗଡା: ଓଡିଶାରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଲାଗି ରହିଛି ବିବାଦ । ଏହାରି ଭିତରେ ସାମନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ମରମା ପଞ୍ଚାୟତ ଅନ୍ତର୍ଗତ କତାଗୁଡା ଗ୍ରାମ ନିକଟ ଇରିଡି ଘାଟିରେ ଆନ୍ଧ୍ର ସରକାର ବେଆଇନ ରାସ୍ତା ନିର୍ମାଣ କରୁଥିବା କଥା ସାମନାକୁ ଆସିବା ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ଼ ଗିରିଧର ଗମାଙ୍ଗ ।

ଆନ୍ଧ୍ରର ଅନୁପ୍ରବେଶକୁ ତୀବ୍ରବିରୋଧ କାଲେ ଗିରିଧର ଗମାଙ୍ଗ

ବିଜେପିର ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହି ଅଞ୍ଚଳ ଓଡ଼ିଶାର, କିନ୍ତୁ ଗତ 6 ମାସ ହେଲାଣି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଓଡିଶା ଭିତରେ ପ୍ରାୟ ଦୁଇ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି । ଗତ କିଛି ଦିନ ତଳେ ଗୁଣୁପୁର ଉପ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଟିମ ଉକ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆନ୍ଧ୍ର ସରକାରଙ୍କ ଦ୍ଵାରା ନିର୍ମଣାଧୀନ ରାସ୍ତା କାମକୁ ବନ୍ଦ କରିଦେଇଛନ୍ତି ।

ଯୁଦ୍ଧ କାଳୀନ ଭିତ୍ତିରେ ସେଠାରେ ପ୍ରଥମେ ଓଡ଼ିଶାର ସୀମାରେଖା ନେଇ ନାମ ଫଳକ ଲଗା ଯାଇଛି । ଡ଼ ଗମାଙ୍ଗ ଉକ୍ତ ସ୍ଥାନ ପରିଦର୍ଶନ କରିବା ଅବସରରେ ଏଭଳି ଅବସ୍ଥା ପାଇଁ ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଏଭଳି ସ୍ଥାନରେ ଦକ୍ଷ ଓ ଅଭିଜ୍ଞତା ଥିବା ସରକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ଆବଶ୍ୟକତା ରହିଛି । ସବୁଠାରୁ ବଡ କଥା ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ଅବିଭକ୍ତ କୋରାପୁଟ ରହିଛି । ଆଜି ଯାଏଁ ସରକାର କାହିଁକି ପଞ୍ଚମ ଅନୁଛେଦ ଅନ୍ତର୍ଗତ ଅଞ୍ଚଳରେ ସୀମା ନିରୂପଣ କରିନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଜଙ୍ଗଲ ଜମି ଆଇନ ଏଠି କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ସନ୍ଦେହ ଘେରରେ ବୋଲି ସେ କହିଛନ୍ତି । ତେବେ ଏଠି କେବେ ବିବାଦ ନ ଥିଲା, କିନ୍ତୁ ଏବେ ଠାରୁ ବିବାଦ ଆରମ୍ଭ ହେଲା । ସମ୍ବିଧାନକୁ ଭଲ ଭାବରେ ସରକାର ପଢନ୍ତୁ ଓ ବୁଝି ବିଚାରି ସାମ୍ବିଧାନିକ ପ୍ରକ୍ରିୟାରେ ନିଷ୍ପତ୍ତି ନିଅନ୍ତୁ ବୋଲି ଡ଼ ଗମାଙ୍ଗ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.