ETV Bharat / state

ଆଶା ଦିଦି କହି ଶିଶୁ ଚୋରି କରୁଥିଲେ ମହିଳା, ଧରିଲା ବିଷମ କଟକ ପୋଲିସ

author img

By

Published : Aug 20, 2022, 9:59 AM IST

Updated : Aug 20, 2022, 10:31 AM IST

ରାୟଗଡା ଜିଲ୍ଲା ବିଷମ କଟକ ସଦର ଖ୍ରୀଷ୍ଠିୟନ୍ ହସ୍ପିଟାଲରେ ନବଜାତ ଶିଶୁକୁ ଚୋରି କରି ଚମ୍ପଟ ମାରୁଥିବା ବେଳେ କାବୁ କରିଛି ବିଷମ କଟକ ପୋଲିସ । ଅଧିକ ପଢନ୍ତୁ

Bisam Cuttack police rescue newborn baby in rayagada
ବିଷମ କଟକ ପୋଲିସ ଦ୍ବାରା ନବଜାତ ଶିଶୁ ଉଦ୍ଧାର

ରାୟଗଡା: ନବଜାତ ଶିଶୁକୁ ଚୋରି କରି ଚମ୍ପଟ ମାରୁଥିବା ବେଳେ କାବୁ କରିଛି ବିଷମ କଟକ ପୋଲିସ । ଏହି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ସଦର ଖ୍ରୀଷ୍ଠିୟାନ୍ ହସ୍‌ପିଟାଲରେ । ଶୁକ୍ରବାର ଅପରାହ୍ନରେ ଜଣେ ମହିଳା ନିଜକୁ ଆଶା କର୍ମୀର ପରିଚୟ ଦେଇ ଗୋଟିଏ ୫ଦିନର ନବଜାତ ଶିଶୁକୁ ଧରି ମେଡିକାଲରୁ ଚମ୍ପଟ ମାରୁଥିଲା । ପିଲା ଚୋରି ସଂକ୍ରାନ୍ତରେ ବିଷମ କଟକ ପୋଲିସ ଖବର ପାଇବାରେ ୫ଟି ଟିମ୍ ଗଠନ କରି ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଚାଟିକୋଣା ରେଳ ଷ୍ଟେସନରୁ ନବଜାତ ଶିଶୁକୁ ଉଦ୍ଧାର କରିବା ସହ ସଂପୃକ୍ତ ମହିଳାକୁ ଧରିବାରେ ସକ୍ଷମ ହୋଇଛି ।

ବିଷମ କଟକ ପୋଲିସ ଦ୍ବାରା ନବଜାତ ଶିଶୁ ଉଦ୍ଧାର

ସୂଚନା ଅନୁଯାୟୀ, ବିଷମ କଟକ ବ୍ଲକ ଅନ୍ତର୍ଗତ ରାସକୋଲା ଗ୍ରାମ ପଞ୍ଚାୟତର ଟଗାପଦର ଗ୍ରାମର ସିଦ୍ଧାନ୍ତ କିଲାକାଙ୍କ ସ୍ତ୍ରୀ ରିତା ଗତ ୧୪ ତାରିଖରେ ବିଷମ କଟକ ଖ୍ରୀଷ୍ଠିୟାନ୍ ହସ୍‌ପିଟାଲରେ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ତାଙ୍କର ଅସ୍ତ୍ରୋପଚାର ହୋଇଥିବାରୁ ସେ ମେଡିକାଲର ପ୍ରସୂତୀ ବିଭାଗରେ ଚିକିତ୍ସିତ ହେଉଥିଲେ । ସେହି ମେଡିକାଲରେ ଗତ ଦୁଇଦିନ ହେବ ଜଣେ ଅଜଣା ମହିଳା ନିଜକୁ ଆଶାକର୍ମୀର ପରିଚୟ ଦେଇ ଉକ୍ତ ମେଡିକାଲରେ ଘୁରି ବୁଲୁଥିଲେ ଏଥିସହ ତାଙ୍କ ପରିବାର ସହ ସମ୍ପର୍କ ସ୍ଥାପନ କରି ଉକ୍ତ ଛୁଆକୁ ନିଜ ପାଖରେ ରଖୁଥିଲେ।

ତେବେ ଅପରାହ୍ନରେ ଉକ୍ତ ଶିଶୁକୁ ବର୍ହି ବିଭାଗରେ ଡାକ୍ତରଙ୍କ ନିକଟକୁ ନେବାକୁ ପଡିବାରୁ ସଂପୃକ୍ତ ମହିଳା ଶିଶୁଟିକୁ ଧରିଥିଲେ ଏବଂ ରିତାଙ୍କ ଶାଶୁ ମହିଳାଙ୍କ ସହ ଡାକ୍ତରଙ୍କ ନିକଟକୁ ମଧ୍ୟ ଯାଇଥିଲେ । ଡାକ୍ତର ଉକ୍ତ ଶିଶୁକୁ ଚିକିତ୍ସା ନିମନ୍ତେ ଆଡମିଶନ୍ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଏନେଇ ଆଡମିଶନ୍ ପ୍ରକ୍ରିୟା ଚାଲିଥିବା ବେଳେ ମହିଳା ଜଣଙ୍କ ସେହି ନବଜାତ ଶିଶୁକୁ ନେଇ ମେଡିକାଲ ଭିତରୁ ଚମ୍ପଟ ମାରିଥିଲେ । ଘଟଣା ସ୍ଥଳରେ ବିଷମକଟକ ଏସ୍‌ଆଇ ପ୍ରଶାନ୍ତ ନାୟକଙ୍କ ଦ୍ବାରା ଗଠିତ ଟିମ୍ ପହଞ୍ଚି ମହିଳାଙ୍କୁ କାବୁ କରିବା ସହ ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା । ଏନେଇ ପିଲା ଚୋରି କରିଥିବା ମହିଳା ଜଣଙ୍କ ବିହାର ଅଞ୍ଚଳର ହୋଇଥିବା ବେଳେ ସେ ରାୟଗଡା ସହରର ମଝିଘରିଆଣି ମନ୍ଦିର ଲାଇନରେ ଘରଭଡା ନେଇ ରହୁଥିବା କହିଛନ୍ତି ।

ତେବେ ନବଜାତ ଶିଶୁର ପିତା ସିଦ୍ଧାନ୍ତ କିଲାକାଙ୍କ ଲିଖିତ ଅଭିଯୋଗ ଆଧାରରେ ବିଷମ କଟକ ପୋଲିସ୍ ସଂପୃକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିସହ ସଂପୃକ୍ତ ମହିଳାଙ୍କୁ ପଚରା ଉଚରା କରାଗଲେ ସେ କେଉଁ ପରିସ୍ଥିତିରେ ଶିଶୁ ପୁତ୍ରକୁ ନେଉଥିଲା ଏବଂ ଏହି କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାହା ଜଣାପଡିବ ବୋଲି ବିଷମ କଟକ ଏସ୍‌ଡିପିଓ ଆକାଶ ସାହୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

Last Updated : Aug 20, 2022, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.