ETV Bharat / state

ଟ୍ରକ-ବାଇକ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ରାୟଗଡାରେ ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା । ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 10, 2021, 10:50 PM IST

bike and truck accident one death in rayagada
ଟ୍ରକ ଓ ବାଇକ ଧକ୍କା , ଜଣେ ମୃତ ଜଣେ ଗୁରୁତର

ରାୟଗଡା: ଟ୍ରକ ସହ ବାଇକର ମୁଁହାମୁହିଁ ଧକ୍କା । ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବାବେଳେ ଗୁରୁତର ଆହତ ବ୍ୟକ୍ତି ଜଣଙ୍କ ରାୟଗଡା ସହରର ବିଶିଷ୍ଟ ସମାଜସେବୀ ମନୋଜ ବେଉରା ବୋଲି ଜଣାପଡିଛି ।

ଟ୍ରକ ଓ ବାଇକ ଧକ୍କା , ଜଣେ ମୃତ ଜଣେ ଗୁରୁତର

ଆଜି ଅପରାହ୍ନରେ ମନୋଜ ବେଉରା ବାଇକ ଯୋଗେ ଚାଟିକଣାରୁ ରାୟଗଡା ଫେରୁଥିବାବେଳେ ରାସ୍ତାରେ ଜଣେ ଯୁବକ ତାଙ୍କୁ ଲିଫ୍ଟ ମାଗିଥିଲେ । ଥେରୁବାଲି ବ୍ରିଜ ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ ସହ ଏମାନଙ୍କ ବାଇକର ମୁଁହାମୁହିଁ ଧକ୍କା ହୋଇଥିଲା ଏବଂ ଟ୍ରକଟି ଉଭୟଙ୍କ ଉପରେ ମାଡି ଯାଇଥିଲା । ଗୁରୁତର ଆହତ ଅବସ୍ଥାରେ ଉଭୟଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଗୁରୁତର ଆହତ ଥିବା ମନୋଜ ବେଉରାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଥେରୁବାଲି ଫାଣ୍ଡି ପୋଲିସ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.