ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡି କଲୋନୀରେ ଟ୍ରକ ଧକ୍କାରେ ୨ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡି କଲୋନୀରେ । ସୂଚନା ଅନୁଯାୟୀ ଗତକାଲି ରାତିରେ କୁଟ୍ରାବେଡା ପଞ୍ଚାୟତର ଉତ୍କାପ।ଡୁ ଗ୍ରାମର ତରୁଣ କନ୍ଧପ।ଣି (୧୫), ଓ ନାକଟି ପଞ୍ଚାୟତର ବଡ଼ ଚେକା ଗ୍ରାମର ମୋହନ ଖୁରା ବାଇକରେ କୁମ୍ଭିକୋତ ଆଡୁ କୁଟ୍ରା ବେଡା ଯାଉଥିବାବେଳେ ଏକ ଟ୍ରକ ଧକ୍କା ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ଉକ୍ତ ୨ଯୁବକଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ଗ୍ରାମବାସୀ ରାସ୍ତାରୋକ କରି କ୍ଷତିପୂରଣ ଦାବି କରିଥିଲେ । ଘଟଣାସ୍ଥଳରେ ରାୟଗଡ଼ା ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ରୋକ ହଟିଥିବାବେଳେ ମୃତଦେହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।
ଇଟିଭି ଭାରତ, ରାୟଗଡ଼ା