ETV Bharat / state

ଦୁଇ ବାଇକ ମୁହାଁମୁହିଁ; ଜଣେ ମୃତ, ଦୁଇ ଗୁରୁତର

author img

By

Published : Jan 14, 2021, 7:46 AM IST

ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହୁକୁମତଲା ନିକଟସ୍ଥ ବିରଜା ଢ଼ାବା ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ । ଦୁଇ ଗୁରୁତର ଓ ଜଣେ ଆହତ ହୋଇଥିବା ଜଣାପଡିଛି l

ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଦୁଇ ଗୁରୁତର

ରାୟଗଡା:ରାୟଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହୁକୁମତଲା ନିକଟସ୍ଥ ବିରଜା ଢ଼ାବା ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ । ଦୁଇ ଗୁରୁତର ଥିବାବେଳେ ଜଣେ ଆହତ ହୋଇଥିବା ଜଣାପଡିଛି l

ସୂଚନା ଅନୁଯାୟୀ, ତେଲେଙ୍ଗାପଦରରୁ ବାଇକ ଯୋଗେ ନିଜ ଗ୍ରାମ ହାଟମୁନିଗୁଡା ଆସୁଥିବା ସମୟରେ ବିପରୀତ ଦିଗରୁ ଏକ ପୋଲିସର ବାଇକ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଚାରି ଜଣ ଗୁରୁତର ଭାବେ ଆହାତ ହୋଇଥିଲେ ପ୍ରଥମେ ଚାରି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚିବା ପରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେବା ସହ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ l

ମୃତକ ଜଣକ କନ୍ଧମାଳ ଜିଲ୍ଲାର ବଣ୍ଡାପିପିଲି ଅଞ୍ଚଳର ସୁକ୍ରୁ ଗୌଡ଼ ବୋଲି ଜଣାପଡ଼ିଛି l ଗୁରୁତର ଆହାତ ମାନେ ହେଲେ ବିଷମକଟକ ବ୍ଲକ ହାଟମୁନିଗୁଡା ଗ୍ରାମର ଅଭି ଗଙ୍ଗାଦଦୋରା,ସୁମନ ଗରଲେ ଏବଂ ପ୍ରତିକି ସେନାପତି ସାମାନ୍ୟ ଆହାତ ହୋଇଛନ୍ତି l ଘଟଣା ସ୍ଥଳକୁ ମୁନିଗୁଡା ଥାନା ଏସଆଇ ନରସିଂହ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ଦୁଇ ବାଇକ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି l

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.