ETV Bharat / state

କାଶୀପୁରରେ ଡାଇରିଆ ଆତଙ୍କ, ସ୍ଥିତି ପରଖିବ ଭୁବନେଶ୍ବର RMRC ଟିମ

author img

By

Published : Jul 17, 2022, 5:41 PM IST

Updated : Jul 17, 2022, 7:37 PM IST

ରାୟଗଡ଼ା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ସ୍ଥିତିକୁ କରିଛି ଅଣାୟତ୍ତ । ଦିନକୁ ଦିନ ଗାଁ ପରେ ଗାଁ ମହାମାରୀ ବ୍ୟାପୁଥିବାବେଳେ ଆଜି ଭୁବନେଶ୍ବରରୁ ସ୍ବତନ୍ତ୍ର ମେଡିକାଲ ଟିମ ଏହି ଅଞ୍ଚଳକୁ ଆସୁଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

କାଶୀପୁରରେ ଡାଇରିଆ ଆତଙ୍କ, ସ୍ଥିତି ଅନୁଧ୍ୟାନ ପାଇଁ ଆଜି ପହଞ୍ଚିବ ଭୁବନେଶ୍ବର RMRC ଟିମ

ରାୟଗଡ଼ା: ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଛି ଡାଇରିଆ । ବର୍ତ୍ତମାନ ସୁଦ୍ଧା ଏଥିରେ ୭୦ ଜଣ ଆକ୍ରାନ୍ତ ହୋଇଥିବାବେଳେ, ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେପଟେ ଗତକାଲି ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୩ ଦିନ ମଧ୍ୟରେ ସ୍ଥିତି ବିଗିଡିଛି । ଦୂଷିତ ପାଣି ପାଇଁ ଏଭଳି ଘଟୁଥିବା ଲୋକେ କହିଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ସ୍ଵତନ୍ତ୍ର ମେଡିକାଲ ଟିମ୍ ଆଜି ଆସୁଛନ୍ତି ।

କାଶୀପୁରରେ ଡାଇରିଆ ଆତଙ୍କ, ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିବ ଭୁବନେଶ୍ବର RMRC ଟିମ

କାଶୀପୁର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଆକ୍ରାନ୍ତ ହୋଇ ଗତକାଲି ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଛି । ଏତଦ ବ୍ୟତୀତ ୭୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସଙ୍କଟାପନ୍ନ ଅବସ୍ଥାରେ ଥିବା ୫ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ଗତ ୮ ଦିନ ଧରି ସମସ୍ତେ ଆକ୍ରାନ୍ତ ହୋଇଥିଲେ । ଆଉ ଏହାପରେ ମୃତ୍ୟୁ ଘଟିଛି ଓ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି । ଏତଦବ୍ୟତୀତ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ନୂଆପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଗୁରୁତର ମାନଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଉଛି ।

ଏହା ବି ପଢନ୍ତୁ- କାଶୀପୁରରେ ଝାଡାବାନ୍ତି ଆତଙ୍କ, କଲେରା ନେଇ ବଢିଲା ସନ୍ଦେହ

କାଶୀପୁର ବ୍ଲକର ୪ଟି ମେଡିକାଲରେ ୬୦ ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର ହୋଇଥିବା ରୋଗୀ ଅବସ୍ଥାରେ ଉନ୍ନତି ଘଟୁନାହିଁ । ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏଣେ ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ବାସିନ୍ଦାଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ ଦୂଷିତ ପାଣିକୁ ଦାୟୀ କରିଛନ୍ତି ।

ଏହା ବି ପଢନ୍ତୁ- OdishaAssembly: ରାୟଗଡାରେ ବ୍ୟାପିଛି ଝାଡାବାନ୍ତି, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ବିଧାୟକ

ତେବେ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ପ୍ରଥମ ଦିନରୁ ଗୁରୁତ୍ଵ ଦେଇନଥିଲା ବୋଲି ଅଭିଯୋଗ ହୋଇଛି । ଗ୍ରାମ୍ୟ ଜଳଯୋଗାଣ ବିଭାଗ ମଧ୍ୟ ବିଶୁଦ୍ଧ ଜଳଯୋଗାଣ ପାଇଁ ଫେଲ୍ ମାରିଛି । ଏଭଳିକି ଗତ ଗୁରୁବାର ପର୍ଯ୍ୟନ୍ତ କୌଣସି ସୂଚନା ନଥିଲା । ଫଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ପହଞ୍ଚି ପାରିନଥିଲା । ଆଜି ଓ ଗତକାଲି ମେଡିକାଲ ଟିମ୍ ବିଭିନ୍ନ ଗାଁ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି । ଆଜି କୋରାପୁଟ ଏସଏଲଏନ ମେଡିକାଲ କଲେଜରୁ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ବିଭିନ୍ନ ଗାଁ ଯାଇ ଚିକିତ୍ସା ଆରମ୍ଭ କରିଛନ୍ତି ।

ସେହିଭଳି ଭୁବନେଶ୍ୱର RMRC (Regional Medical Research Centre)ଟିମ ଆଜି ସନ୍ଧ୍ୟାରେ ଆସୁଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ସ୍ବଧାଦେବ ସିଂ, ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ସମେତ ଅନ୍ୟ ଅଧିକାରୀମାନେ ବିଭିନ୍ନ ଗାଁ ଗସ୍ତ କରିଛନ୍ତି । ଜିଲ୍ଲା ସଦର ମହକୁମା ଠାରୁ 3ଟି ମେଡ଼ିକାଲ ଟିମ୍ ଯାଇଥିବା ସୂଚନା ହସ୍ତଗତ ହୋଇଛି । ଏଥିସହ ଆଶା, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କର୍ମଚାରୀ ପହଞ୍ଚି ବିଭିନ୍ନ ଗାଁ ମାନଙ୍କରେ ନଳକୂପ ଓ ଜଳଉତ୍ସ ସଫେଇ ସହ ବିଶୋଧନ କରୁଛନ୍ତି । ପ୍ରତିବର୍ଷ ଏହିଭଳି ଘଟୁଥିବା କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ତେବେ କାହିଁକି ବାରମ୍ବାର ଏହାର ପୁନରାବୃତ୍ତି ଘଟୁଛି ତାର ଅନୁସନ୍ଧାନ କରାଯିବା ସହିତ ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବୀ ହୋଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jul 17, 2022, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.