ETV Bharat / state

ରାୟଗଡ଼ା ଓକିଲ ସଂଘ ନିର୍ବାଚନ; ଭି.ଏସ୍. ରାଜୁ ସଭାପତି, ଜଗନ୍ନାଥ ଦୋରା ସମ୍ପାଦକ

author img

By

Published : Mar 28, 2021, 7:37 AM IST

ରାୟଗଡା ଜିଲ୍ଲାରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଭୋଟ ଗଣତି ପରେ ଭି. ଏସ. ରାଜୁ ସଭାପତି ଓ ଜଗନ୍ନାଥ ଦୋରା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଅଧିକ ପଢନ୍ତୁ...

ରାୟଗଡ଼ା ଓକିଲ ସଂଘ ନିର୍ବାଚନ , ଭି. ଏସ୍. ରାଜୁ ସଭାପତି

ରାୟଗଡା: ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଭୋଟ ଗଣତି ପରେ ଭି. ଏସ. ରାଜୁ ସଭାପତି ଓ ଜଗନ୍ନାଥ ଦୋରା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଂଘର ମୋଟ ୧୩୩ ଜଣ ସଦସ୍ୟଙ୍କ ମଧ୍ୟରୁ ୧୩୨ଜଣ ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଭି. ଏସ. ରାଜୁ ସର୍ବାଧିକ ୪୬ ଖଣ୍ଡ ଭୋଟ ଓ ଜଗନ୍ନାଥ ଦୋରା ୬୬ ଭୋଟ ପାଇ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ଚଳିତ ଥର ସଭାପତି ପଦ ସକାଶେ ମୋଟ ୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଉପସଭାପତି ସକାଶେ ଦୁଇ ଜଣ, ସମ୍ପାଦକ ନିମନ୍ତେ ୨ ଜଣ ଓ ଯୁଗ୍ମ ସମ୍ପାଦକ ପାଇଁ ୨ ଜଣ ପ୍ରାର୍ଥି ପତ୍ର ଦାଖଲ କରିଥିଲେ । ସଭାପତି ପଦବି ନିମନ୍ତେ ଭିଏସ ରାଜୁଙ୍କୁ ସର୍ବାଧିକ ମତଦାନ ମିଳିଛି।

ରାୟଗଡ଼ା ଓକିଲ ସଂଘ ନିର୍ବାଚନ , ଭି. ଏସ୍. ରାଜୁ ସଭାପତି, ଜଗନ୍ନାଥ ଦୋରା ସଂପାଦକ

୪୩ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ବି. ପ୍ରଧାନ, ୩୮ ଭୋଟ ପାଇ ତୃତୀୟ ସ୍ଥାନରେ ୱାଇ ମଧୁ, ୨ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ଅଛନ୍ତି ଆଇନଜୀବୀ କୁମାର ସ୍ୱାମୀ । ସେହିପରି ଉପସଭାପତି ଭାବେ ବିଜୟୀ ହୋଇଛନ୍ତି ରବି ପ୍ରସାଦ ମହାପାତ୍ର, ଦ୍ୱିତୀୟ ସ୍ଥାନରେ ଅଛନ୍ତି ଉମାକାନ୍ତ ମିଶ୍ର ।

ସମ୍ପାଦକ ପଦବି ସକାଶେ ଜଗନ୍ନାଥ ଦୋରା, ଦ୍ୱିତୀୟ ସ୍ଥାନରେ ଅଛନ୍ତି ମଙ୍ଗଲମୁର୍ତ୍ତି ବେଉରିଆ । ଯୁଗ୍ମ ସମ୍ପାଦକ ପଦବୀ ସକାଶେ ଦୁଇଜଣ ପ୍ରାର୍ଥିତ୍ୱ କରିଥିବାବେଳେ ଜି. ଡି. ରାଓ ପ୍ରଥମ ସ୍ଥାନ ଦଖଲ କରିବାରେ ସଫଳ ହୋଇଥିବା ବେଳେ ଗୌରୀ ପଟ୍ଟନାୟକ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.