ETV Bharat / state

ମହିଳା ହୋମଗାର୍ଡଙ୍କୁ ଛୁରା ମାଡ ଘଟଣାରେ ଜଣେ ଗିରଫ

author img

By

Published : Dec 15, 2021, 10:26 PM IST

ରାୟଗଡା ଜେକେପୁର ଠାରେ ମହିଳା ହୋମଗାର୍ଡ ରୀନା ବିଡିକାଙ୍କୁ ଛୁରା ମାଡ ଘଟଣା । ଏଥିରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଅଧିକ ପଢନ୍ତୁ

ମହିଳା ହୋମଗାର୍ଡଙ୍କୁ ଛୁରା ମାଡ ଘଟଣାରେ ଜଣେ ଗିରଫ
ମହିଳା ହୋମଗାର୍ଡଙ୍କୁ ଛୁରା ମାଡ ଘଟଣାରେ ଜଣେ ଗିରଫ

ରାୟଗଡା : ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ଠାରେ ମହିଳା ହୋମଗାର୍ଡ ରୀନା ବିଡିକାଙ୍କୁ ଛୁରା ମାଡ ଘଟଣା । ଏଥିରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭାଟିପଡାର ରାଜେନ୍ଦ୍ର କଣ୍ଡାଗରି । ଗିରଫ ପରେ ରାଜେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଉ ରୀନାଙ୍କ ସ୍ବାସ୍ଥ୍ୟ ଭଲ ଥିବା ପୁଲିସ ତରଫରୁ ସୂଚନା ମିଳିଛି ।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦେବଜ୍ୟୋତି ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଗତ ୧୩ ତାରିଖରେ ରୀନା ଜେକେପୁର ସ୍ଥିତ ଗୋପବନ୍ଧୁ ଛକଠାରେ ଟ୍ରାଫିକ ଡ୍ୟୁଟିରେ ନିୟୋଜିତ ଥିଲେ। ସେହି ସମୟରେ ରାଜେନ୍ଦ୍ର ଏକ ବାଇକରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ସମୟରେ ରୀନା ଅଟକାଇ ଥିଲେ। ହେଲେ ସେଥିରେ ଉତକ୍ଷିପ୍ତ ହୋଇ ରାଜେନ୍ଦ୍ର ଗାଳି କରିବା ସହ ରୀନାଙ୍କୁ ଛୁରା ମାଡ କରିଥିଲେ । ଗୁରୁତର ଅବସ୍ଥାରେ ରୀନାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ଅବସ୍ଥାରେ ଉନ୍ନତି ଆସିଥିବା ଏସଡିପିଓ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.