ETV Bharat / state

ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ ଅଭିଯୋଗ, ଜଣେ ଗିରଫ

ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଗୁଣୁପୁର ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ଅଶ୍ଳୀଳ ଫଟୋ ଉଠାଇ ବ୍ଲlକମେଲିଂ ଅଭିଯୋଗ
ଅଶ୍ଳୀଳ ଫଟୋ ଉଠାଇ ବ୍ଲlକମେଲିଂ ଅଭିଯୋଗ
author img

By

Published : May 29, 2021, 8:46 AM IST

ରାୟଗଡା: ଅଶ୍ଳୀଳ ଫଟୋ ଉଠାଇ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଗୁଣୁପୁର ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରଅନୁସାରେ, ରାମନାଗୁଡା ଅଞ୍ଚଳରେ ରହୁଥିବା ଗୋଟିଏ ଝିଅର ସେହି ଗ୍ରାମର ଜଣେ ଯୁବକ ବିଭିନ୍ନ ଫଟୋ ଉଠାଇ ବ୍ଲାକମେଲିଂ କରି ଧମକ ଚମକ ଦେଇ ଆସୁଥିଲା। ପୋଲିସର କହିବାନୁଯାୟୀ, ଝିଅଟି ଶୋଇଥିବା ଅବସ୍ଥାରେ ତାର ଅନେକ ଆପତ୍ତି ଜଣକ ଅବସ୍ଥାର ଫଟୋ ଗୁଡିକୁ କୌଶଳ କ୍ରମେ ରାମନାଗୁଡା ଗ୍ରାମର ଜଳନ୍ଧର (୨୯)ଉଠାଇନେଇଥିଲା ।

ଅଶ୍ଳୀଳ ଫଟୋ ଉଠାଇ ବ୍ଲlକମେଲିଂ ଅଭିଯୋଗ

ପରେ ଝିଅର ମୋବାଇଲକୁ ଉକ୍ତ ଫଟୋ ଗୁଡିକୁ ଛାଡ଼ି ଧମକ ଚମକ ଦେଇ ଆସୁଥିଲା । ଝିଅଟି ଏନେଇ ପରିବାରକୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଗୁଣୁପୁର ଥାନାର ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ଯଶୋବନ୍ତ ହିଆଲ ତ୍ବରିତ ପଦକ୍ଷେପ ନେଇ ତଦନ୍ତ ଆରମ୍ଭ କରିଥିଲେ। ୨୪ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଆଜି କୋର୍ଟ ଚାଲାଣ କରିଛନ୍ତି ।

ଏନେଇ ଥାନା କେସ୍ ନମ୍ବର ୬୫/୨୧ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ଦଫା ୩୫୪ଏ, ୩୫୪ସି, ୫୦୬ଆଇପିସି, ୬୬ଇ, ୬୬ଏ ଆଇଟି ଆକ୍ଟ ୨୦୦୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ହିଆଲ ସୂଚନା ଦେଇଛନ୍ତି। ପିଡ଼ିତାଙ୍କ ବଡ଼ ଭଉଣୀଙ୍କ ଏତଲା କ୍ରମେ ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.