ETV Bharat / state

ଅଲ୍ ଓଡିଶା ଅଙ୍ଗନୱାଡ଼ି ୱାର୍କସ ସଂଘର ଆନ୍ଦୋଳନ ଚେତାବନୀ - Anganwadi Workers Association for the movement

ଅନ୍ୟାୟ ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇବ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ ଆସୋସିଏସନ୍ । ଏନେଇ କାଶୀପୁର ସ୍ଥିତ ହାଟପଦା ଠାରେ ବ୍ଳକସ୍ତରୀୟ ବୈଠକରେ ନିଷ୍ପତି ନେଇଛି ସଂଘ । ଅଧିକ ପଢ଼ନ୍ତୁ

ଆନ୍ଦୋଳନ ପାଇଁ  ରାସ୍ତାକୁ ଓହ୍ଲାଇବ ଅଲ୍ ଓଡିଶା ଅଙ୍ଗନୱାଡ଼ି ୱାର୍କସ

author img

By

Published : Jun 14, 2022, 2:19 PM IST

ରାୟଗଡ଼ା: ଆନ୍ଦୋଳନ ପାଇଁ ବ୍ଳକସ୍ତରରେ ପ୍ରସ୍ତୁତି ହେଲେଣି ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ । ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର, ମା ମୃତ୍ୟୁ ହାର କମାଇବାରେ ମୁଖ୍ୟ ଭୂମିକା ନେଉଛନ୍ତି ଅଙ୍ଗନୱାଡ଼ି କର୍ମୀ । ତେବେ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇବ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କସ ଆସୋସିଏସନ୍ । ଏନେଇ କାଶୀପୁର ସ୍ଥିତ ହାଟପଦା ଠାରେ ବ୍ଳକସ୍ତରୀୟ ବୈଠକରେ ନିଷ୍ପତି ନେଇଛି ସଂଘ ।

ବୈଠକରେ କାର୍ଯ୍ୟକ୍ରମକୁ ମୋବାଇଲ ମାଧ୍ୟମରେ ବନ୍ଦ କରି ସେହି କାମକୁ ଖାତା ପତ୍ର ମାଧ୍ୟମରେ କରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାର ଦୁଇ ଥର ଘୋଷଣା କରିଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ମିଳିଲା ନାହିଁ । କାଶୀପୁର ବ୍ଲକର ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ୨୦୨୦ ମସିହାର ୭ମାସର ଦରମା ଦିଆ ଯାଇନଥିବା, କର୍ମୀ ମାନଙ୍କ ଦରମା ବିଭାଜିତ ହୋଇ ପ୍ରଦାନ କରୁଥିବାରୁ ଦୃଢ଼ ବିରୋଧ କରାଯାଇଥିଲା ।

ଏପରିକି ଅଙ୍ଗନୱାଡ଼ି କର୍ମୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖାକୁ ବିରୋଧ କରିବାକୁ ନିଷ୍ପତି ନେଇଛି ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱ।ର୍କସ ଆସୋସିଏସନ୍ । ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ ନକରନ୍ତି, ତେବେ ଆନ୍ଦୋଳନ ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ, ରାୟଗଡ଼ା

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.