ETV Bharat / state

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତିର କୃଷକ ଅଧିକାର ଯାତ୍ରା - All India Farmers Rights rally in rayagada

ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁରରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ଆନୁକୂଲ୍ୟରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ସହ ରାଜ୍ୟବ୍ୟାପୀ ହୋଇଆସୁଥିବା କୃଷକ ଅଧିକାର ଯାତ୍ରାର ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

All India  Farmers Rights rally in rayagada
ଅଖିଲ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତିର କୃଷକ ଅଧିକାର ଯାତ୍ରା
author img

By

Published : Mar 14, 2021, 10:11 PM IST

ରାୟଗଡ଼ା: ଅଖିଲ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତିର କୃଷକ ଅଧିକାର ଯାତ୍ରା । ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣୁପୁରରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ଆନୁକୂଲ୍ୟରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ସହ ରାଜ୍ୟବ୍ୟାପୀ ହୋଇଆସୁଥିବା କୃଷକ ଅଧିକାର ଯାତ୍ରାର ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଦିଵା ୧୧ ଘଟିକା ସମୟରେ ଜି.ଆଇ.ଈ.ଟି ବିଶ୍ଵବିଦ୍ୟାଳୟ ଠାରୁ ପୁରୁଣା ବସଷ୍ଟାଣ୍ଡ ଯାଏଁ ହୋଇଥିଲା ।

ଅଖିଲ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତିର କୃଷକ ଅଧିକାର ଯାତ୍ରା

ସି.ପି.ଆଇ (ଏମ୍.ଏଲ୍) ଲିବେରସନର କେନ୍ଦ୍ର ମୁଖ୍ୟ ତଥା ସ୍ଥାନୀୟ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ଅଧ୍ୟକ୍ଷ ତ୍ରିପତୀ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଗୁଣପୁର ଉପଖଣ୍ଡସ୍ତ ଶତାଧିକ କୃଷକ ଓ ଶ୍ରମିକ ସହଯୋଗର ହାତ ବଢ଼ାଇଥିଲେ। ସୂଚନା ମୁତାବକ ଐତିହାସିକ ଦିଲ୍ଲୀ ଠାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ତିନୋଟି କୃଷି ଅଧ୍ୟାଦେଶ ବିଲ ବାତିଲ କରିବା ଦାବି କରିଛନ୍ତି । ଏହି ଅବସରରେ ପୂର୍ବ ଦିନରେ ଦିଲ୍ଲୀ ଠାରେ ହୋଇଥିବା ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟବ୍ୟାପୀ କୃଷକ ଅଧିକାର ସମାବେଶରେ ଯୋଗଦାନ ଦେଇଆସୁଥିଵା ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ଯୋଡିତ ୪୦ ଜଣ କୃଷକ ନେତାଗଣଙ୍କୁ ମୋଟର ସାଇକେଲ ଶୋଭାଯାତ୍ରାରେ ସାମିଲ୍ କରାଯାଇ ଗୁଣୁପୁର ନୂଆ ବସଷ୍ଟାଣ୍ଡ ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଵଂ ନୂଆ ବସ୍-ଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା । ଯେଉଁଥିରେ ତିନୋଟି କୃଷି ଅଧ୍ୟାଦେଶ ବିଲ ବାତିଲ କରିବା, ଠିକା ଅଧ୍ୟାଦେଶ ବିଲ ବାତିଲ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ସହ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ଧାନ କୁଇଣ୍ଟାଲ ୩000 ଟଙ୍କା, କପା କୁଇଣ୍ଟାଲ ୮000 ଟଙ୍କା ମୂଲ୍ୟ ଧାର୍ଯ୍ୟ କରିବା, କୃଷି ଋଣ ଛାଡ କରିବା ପ୍ରମୁଖ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା ।

ଏଥିରେ ସୁରେଶ ପାଣିଗ୍ରାହୀ, ପ୍ରଫୁଲ୍ଲ ସାମନ୍ତରାୟ, ନରେନ୍ଦ୍ର ମହାନ୍ତି, ସର୍ବେଶ୍ବର ଭାରତୀ, ଶଶି ଭୂଷଣ ସ୍ଵାଇଁ, ଲିଂଗରାଜ ଭାଲଚନ୍ଦ୍ର ଷଡଙ୍ଗୀ, ଶଙ୍କର ସାହୁ୍ବ, ବଳଭଦ୍ର ମଲ୍ଲିକ ଓ ଅନ୍ୟାନ୍ୟ ଚାଷୀ ନେତା ଗଣ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ସୂଚନାଯୋଗ୍ୟ ଉକ୍ତ କୃଷକ ଅଧିକାର ଯାତ୍ରା ଚଳିତ ମାସ ୧୩ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବା ନେଇ ଗମାଙ୍ଗ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.