ରାୟଗଡା: ଆଜିବି ଓଡିଶାର ପୁରପଲ୍ଲୀରେ ଶୁଣିବାକୁ ମିଳୁଛି କୁମାର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ ଗୀତ । ସେଥିରୁ ରାୟଗଡା ଜିଲ୍ଲା ମଧ୍ୟ ବାଦ୍ ପଡିନି । ଏନେଇ ଶନିବାର କୁମାର ପୁର୍ଣ୍ଣିମା ଅବସରରେ କୁମାରୀଙ୍କ ପର୍ବ ଜହ୍ନିଓଷା ବଡ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି ।
ଶନିବାର ସହରର ବିଭିନ୍ନ ସ୍ଥାନରେ କୁମାରୀ ଝିଅ ମାନଙ୍କ ପୂଜା ପାଇଁ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ସକାଳୁ ବ୍ରତ ରଖିଥିବା ଝିଅମାନେ ବୃନ୍ଦାବତୀଙ୍କ ପୂଜା ଠୁ ଆରମ୍ଭ କରି ସଂନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ଦେଖିବା ପରେ ଅର୍ଘ୍ୟ ଢାଳି ବ୍ରତ ସମାପନ କରିଥିଲେ ।
ଓଡିଶାରେ ବାର ମାସରେ ତେରବ୍ରତ ମଧ୍ୟରେ ରଜ ପରେ କୁମାର ଉତ୍ସବ ଅବିବାହିତ ଯୁବତୀମାନଙ୍କ ପାଇଁ ଏକ ପ୍ରମୁଖ ଉତ୍ସବ ଭାବେ ପାଳନ ହୁଏ । ମୁଖ୍ୟତଃ ଏହି ପୂଜାରେ ଚନ୍ଦ୍ରଙ୍କ ଭଳି ବରଟିଏ ପାଇବା ପାଇଁ ଯୁବତୀମାନେ ଦୀର୍ଘ ୧ ମାସ ଧରି ଏହି ବ୍ରତ ପାଳନ କରିଥିବା ବେଳେ ପୂର୍ଣ୍ଣିମାରେ ଉଦଯାପନ କରିଥାନ୍ତି । ତେବେ ସମାଜ ଯେତେ ଆଧୁନିକ ହେଉନା କାହିଁକି ଆଜି ମଧ୍ୟ ଗାଁଗହଳିରେ ଜହ୍ନି ଓସା ଭଳି ପରମ୍ପରା ଜୀବିତ ରହିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ