ETV Bharat / state

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଧୋଇନେଲା ଚାଷବେଉସା

ଲଘୁଚାପ ଜନିତ ଲଗାଣ ବର୍ଷା ତଳିତଳାନ୍ତ କରିଛି ଚାଷବେଉସା । ଏହି ବର୍ଷାରେ ରାୟଗଡ଼ା 9ଟି ବ୍ଲକ ବିଶେଷ ପ୍ରଭାବିତ ହୋଇଛି । କେବଳ ଚାଷଜମି ନୁହେଁ ଜିଲ୍ଲାର ୧୧ ଟି ବ୍ଲକରେ ମୋଟ ୪୧୭ ଟି ଘର କ୍ଷତିଗ୍ରସ୍ତ ହୋଇଛି ।

author img

By

Published : Aug 12, 2019, 6:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ରାୟଗଡ଼ା: କମିଯାଇଛି ବର୍ଷା । ହେଲେ ଦେଇଯାଇଛି ଅନେକ ଦୁର୍ଦଶା । ଖରିଫ ଚାଷ ଆରମ୍ଭରୁ ଦାଉ ସାଧିଥିଲା ମୌସୁମୀ । ଆଉ ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ତଳିତଳାନ୍ତ କରିଛି ଚାଷବେଉସାକୁ । ଗତ 6 ଏବଂ 7 ତାରିଖରେ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହି ଦୁଇଦିନରେ ଜିଲ୍ଲାର 9ଟି ବ୍ଲକ ବିଶେଷ ପ୍ରଭାବିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ବର୍ଷାରେ ୨୦୦୦ ହେକ୍ଟର ଜମିରେ ବନ୍ୟାପାଣି ମାଡ଼ି ଯାଇ ଧାନ ସମେତ ପରିବା ଚାଷ ନଷ୍ଟ କରିଦେଇଛି । ୪୦୮.୮ ହେକ୍ଟର ଜମିରେ ବାଲିଚର ମାଡିଯାଇଥିବା ବେଳେ ୩୩୮.୧ ହେକ୍ଟର ଜମି ଏବେ ମଧ୍ୟ ଜଳମଗ୍ନ । କେବଳ ଚାଷଜମି ନୁହେଁ ଜିଲ୍ଲାର ୧୧ ଟି ବ୍ଲକରେ ମୋଟ ୪୧୭ ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ସେହିଭଳି ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ୪୫ ଟି ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ଏପରିକି ୬୭ ଟି ପଶୁଧନ ମଧ କ୍ଷତିଗ୍ରସ୍ଥ ହୋଇଛି । ତେବେ ଏଭଳି ସମୟରେ ପ୍ରଭାବିତଙ୍କୁ ସାନ୍ତନା ଦେବାପାଇଁ ମାଳମାଳ ନେତା ଗାଁ ଗଣ୍ଡାରେ ଘୁରି ବୁଲୁଥିଲେ ସୁଧା ସହାୟତା ପହଞ୍ଚି ନଥିବା ନେଇ ଅଭିଯୋଗ ହୋଇଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଲଗାଣ ବର୍ଷାରେ ଭାଙ୍ଗିଲା ଘର ଧୋଇଲା ଚାଷBody: ଛାଡ଼ି ଯାଇଛି ବର୍ଷା ଆଉ ଦେଇ ଯାଇଛି ବିପତି । ଖରିଫ ଚାଷ ଆରମ୍ଭରୁ ଦାଉ ସାଧିଥିଲା ମୈସୁମୀ । ଆଉ ଏବେ ଲଘୁଚାପ ଜନୀତ ଲଗାଣ ବର୍ଷା ତଳିତଳାନ୍ତ କରିଛି ଚାଷବେଉସାକୁ । ଗତ ୬ ଏବଂ ୭ ତାରିଖ ଦୁଇଦିନ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ୯ଟି ବ୍ଲକ ବିଶେଷ ପ୍ରଭାବିତ ହୋଇଛି । ଏହି ବର୍ଷାରେ ୨୦୦୦ ହେକ୍ଟର ଜମିରେ ବନ୍ୟାପାଣି ମାଡ଼ି ଧାନ ସମେତ ନଷ୍ଟ କରିଦେଇଛି ପରିବା ଚାଷ । ୪୦୮.୮ହେକ୍ଟର ଜମିରେ ବାଲିଚର ମାଡିଯାଇଥିବା ବେଳ ୩୩୮.୧ହେକ୍ଟର ଜମି ଏବେ ମଧ୍ୟ ଜଳମଗ୍ନ ।
ବାଇଟ- ସତ୍ୟନାରାୟଣ ବେହେରା ( ପୁର୍ବତନ ସରପଚଂ , ପେଣ୍ଡିଲି ପଚାଂୟତ )
ବାଇଟ- ମାଝି ବେହେରା (ପେଣ୍ଡିଲି ଗ୍ରାମବାସୀ )Conclusion: କେବଳ ଚାଷଜମି ନୁହେଁ ଜିଲ୍ଲାର ୧୧ ଟି ବ୍ଲକରେ ମୋଟ ୪୧୭ ଟି ଘର ଭାଙ୍ଗିଯାଇଛି । ସେହିଭଳି ୪୫ ଟି ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଏପରିକି ୬୭ ଟି ପଶୁଧନ ମଧ କ୍ଷତିଗ୍ରସ୍ଥ ହୋଇଛି । ତେବେ ଏଭଳି ସମୟରେ ପ୍ରଭାବିତଙ୍କୁ ସାନ୍ତୋନା ଦେବାପାଇଁ ମାଳମାଳ ନେତା ଗାଁ ଗଣ୍ଡାରେ ଘୁରିବୁଲୁଥିଲେ ସୁଧା ସହାୟତା ପହଁଚି ନଥିବା ନେଇ ଅଭିଯୋଗ ହୋଇଛି ।
ବାଇଟ- ସୁରେଶ ମହାନ୍ତି (ଲାଉଗୁଡ଼ା ଗ୍ରାମବାସୀ )
ବାଇଟ- ରମେଶ ବେହେରା (ଚାଷୀ ପେଣ୍ଡିଲି )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.