ETV Bharat / state

ବିରୋଧୀଙ୍କୁ ପଛରେ ପକାଇ BJDର ସମସ୍ତ ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ

କଂଗ୍ରେସ ଓ ବିଜେପିକୁ ପଛେରେ ପକାଇ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ୱାର୍ଡରେ ପ୍ରାର୍ଥପତ୍ର ଦାଖଲ ହୋଇଛି । ଅଧିକ ପଢନ୍ତୁ

ବିରୋଧୀଙ୍କୁ ପଛରେ ପକାଇ BJDର ସମସ୍ତ ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ
ବିରୋଧୀଙ୍କୁ ପଛରେ ପକାଇ BJDର ସମସ୍ତ ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ
author img

By

Published : Mar 6, 2022, 9:04 PM IST

ରାୟଗଡ଼ା: ଚଳିତ ପୌର ନିର୍ବାଚନ ପାଇଁ ଆଜି(ରବିବାର) ଗୁଣୁପୁର ପୌର ପରିଷଦରେ ବିଜେଡ଼ି ପକ୍ଷରୁ ଗୁଣୁପୁର ପୌର ପରିଷଦର ସମସ୍ତ 19ଟି ୱାର୍ଡରେ ଆଜି ପ୍ରାର୍ଥୀ ପତ୍ର ଦାଖଲ ହୋଇଛି । ଏ ଯାଏଁ କଂଗ୍ରେସ ଓ ବିଜେପି ଗୁଣୁପୁର ମ୍ୟୁନିସିପାଲିଟିର 19 ଟି ୱାର୍ଡରେ ନିଜ ପ୍ରାର୍ଥୀ ଦେଇପାରି ନାହିଁ । ସେପଟେ ବିଜେଡ଼ି ପକ୍ଷରୁ ସମସ୍ତ ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ ହୋଇଛି ।

ବିରୋଧୀଙ୍କୁ ପଛରେ ପକାଇ BJDର ସମସ୍ତ ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ

ଶାସକ ଦଳ ପକ୍ଷରୁ ଆଜି ସ୍ଥାନୀୟ ନୂତନ ବସଷ୍ଟାଣ୍ଡରୁ ଜିଲ୍ଲା ସଭାପତି ତଥା ରାଜ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନା ଉପଦେଷ୍ଟା ସୁଧୀର ଦାସ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ବରିଷ୍ଠ ଆଇନଜୀବୀ ରାଜୁ ସାହୁ ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ପ୍ରମୁଖ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରୁ ବିଜେଡ଼ି ପକ୍ଷରୁ 19 ଟି ୱାର୍ଡରେ ଦଳର ପ୍ରାର୍ଥୀ ମାନେ ନିଜ ନିଜ ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସୋମବାର ଗୁଣୁପୁର ପୌର ପରିଷଦର ଅଧ୍ୟକ୍ଷା ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ।

ସେହିଭଳି ଜିଲ୍ଲାର ଗୁଡ଼ାରି ବିଜ୍ଞାପିତ ପରିଷଦରେ ମଧ୍ୟ ଆଜି ସମସ୍ତ ୱାର୍ଡରେ ବିଜେଡ଼ି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ୱାର୍ଡ ଏବଂ ପୌର ଅଧକ୍ଷା ପ୍ରାର୍ଥୀ ଚୟନ ହୋଇନଥିବା ଜଣାପଡିଛି । ତେବେ ବିଜେଡ଼ିର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନୀତି ଆଦର୍ଶ ଏବଂ ବିଭିନ୍ନ ଜନ ହିତକର ଯୋଜନାକୁ ନେଇ ନିର୍ବାଚନ ଲଢିବ ବୋଲି କହିଛନ୍ତି ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.