ETV Bharat / state

10 ଦଫା ଦାବି ନେଇ ଏଆଇଏଆରଏଲଏ ଓ ଏଆଇପିଡବ୍ଲ୍ୟୁଏର ବିକ୍ଷୋଭ

author img

By

Published : Sep 15, 2020, 3:50 PM IST

10 ଦଫା ଦାବି ନେଇ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା( ଏଆଇଏଆରଏଲଏ) ଓ ଅଖିଳ ଭାରତ ପ୍ରଗତିଶୀଳ ମହିଳା ଆସୋସିଏସନ(ଏଆଇପିଡବ୍ଲ୍ୟୁଏ)ର ବିକ୍ଷୋଭ ପ୍ରଦର୍ଶନ । ଉଭୟ ସଂସ୍ଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 10 ଦଫା ସମ୍ବଳିତ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

10 ଦଫା ଦାବି ନେଇ ଏଆଇଏଆରଏଲଏ ଓ ଏଆଇପିଡବ୍ଲ୍ୟୁଏର ବିକ୍ଷୋଭ
10 ଦଫା ଦାବି ନେଇ ଏଆଇଏଆରଏଲଏ ଓ ଏଆଇପିଡବ୍ଲ୍ୟୁଏର ବିକ୍ଷୋଭ

ରାୟଗଡା: 10 ଦଫା ଦାବି ନେଇ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା(ଏଆଇଏଆରଏଲଏ) ଓ ଅଖିଳ ଭାରତ ପ୍ରଗତିଶୀଳ ମହିଳା ଆସୋସିଏସନ(ଏଆଇପିଡବ୍ଲ୍ୟୁଏ)ର ବିକ୍ଷୋଭ ପ୍ରଦର୍ଶନ । ଉଭୟ ସଂସ୍ଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏଆଇଏଆରଏଲଏ କେନ୍ଦ୍ର କମିଟି ସଭ୍ୟ ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ରେଲୱେ ଷ୍ଟେସନରୁ ବାହାରି ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏହି ଅବସରରେ ଉଭୟ ସଂଘ ଜିଲ୍ଲାପାଳଙ୍କ ନିକଟରେ ନିଜ ଦାବି ଉପସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 10 ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ରରେ ଗ୍ରାମୀଣ କ୍ଷେତ ମଜଦୁର ଓ ପ୍ରବାସୀ ଶ୍ରମିକଙ୍କୁ 200 ଦିନର କାମ ଦେବା ସହ 500 ଟଙ୍କା ମଜୁରୀ ପ୍ରଦାନ, ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡି ହୋଇଥିବା ମହିଳାଙ୍କ ଋଣ ଛାଡ କରିବା, ସମସ୍ତ ମହିଳାଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇ ଦେବା ସହ ସୁଧ ମୁକ୍ତ କରିବା, ଗ୍ରାମୀଣ କ୍ଷେତ ମୂଲିଆ ଓ ଶ୍ରମିକଙ୍କୁ 5 କେଜି ଚାଉଳ ବଦଳରେ 15 କେଜି ଚାଉଳ ସହ ସାବୁନ, ମାସ୍କ, ଗହମ, ମସଲା, ତେଲ ଆଦି ଯୋଗାଇ ଦେବା ସହ ଲକଡାଉନ ଭତ୍ତା 10 ହଜାର ଟଙ୍କା ଯୋଗାଇ ଦେବାକୁ ଉଲ୍ଲେଖ ରହିଛି ।

ସେହିପରି ସାମୂହିକ ଋଣ ଲାଗି ରାଜ୍ୟସ୍ତରରେ ଏକ ନିୟନ୍ତ୍ରଣ ପ୍ରାଧିକରଣ ଗଠନ କରିବା ଏବଂ ମହିଳାମାନଙ୍କ କର୍ମ ନିଯୁକ୍ତି ସୁନିଶ୍ଚିତ କରିବା ଓ ସେମାନଙ୍କ ଉତ୍ପାଦନ ସମାଗ୍ରୀ ବିକ୍ରି କରିବା ପାଇଁ ସରକାର ପଦକ୍ଷେପ ନେବା, ସ୍ଵରୋଜଗାର ଲାଗି 10 ଲକ୍ଷ ଟଙ୍କା ଋଣ ଉପରେ ଶତକଡା 0.4 % ସୁଧ ଠିକ କରିବା ଭଳି ଦାବି ମଧ୍ୟ ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.