ETV Bharat / state

ଲଭ ସେକ୍ସ ଧୋକା: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ ଛିଟା । ଦୀର୍ଘଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ପ୍ରତାରଣାର ଶିକାର ହୋଇ ପ୍ରେମିକର ଘର ଆଗରେ ପରିବାର ସହ ଧାରଣାରେ ବସିଲା ପ୍ରେମିକା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 29, 2019, 11:07 PM IST

ରାୟଗଡା: ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ ଛିଟା । ଦୀର୍ଘଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ପ୍ରତାରଣାର ଶିକାର ହୋଇ ପ୍ରେମିକର ଘର ଆଗରେ ପରିବାର ସହ ଧାରଣାରେ ବସିଲା ପ୍ରେମିକା । ଏମିତିକି ମାମଲା ପହଞ୍ଚିଲା ଥାନାରେ । ଏଭଳି ଘଟଣା ଘଟିଛି ଶେଷଖାଲ ଥାନା ଅନ୍ତର୍ଗତ ପିତାମହାଲ ଗ୍ରାମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନାନୁସାରେ, ରାୟଗଡାର ଏକ ଘରୋଇ କଲେଜରେ ପାଠ ପଢିବାକୁ ଆସିଥିଲା ଝାଡଖଣ୍ଡ ଝୁମୁକା ଜିଲ୍ଲା ରସିକପୁର ଗାଁର ଜଣେ ଛାତ୍ରୀ । ପରେ ସେହି କଲେଜର ଜଣେ ଅଧ୍ୟାପକଙ୍କ ସହ ଯୁବତୀର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ପରେ ଅଭିଯୁକ୍ତ ଜଣକ ଯୁବତୀକୁ ଅଧିକ ପଢାଇବା ବାହାନାରେ ଏବଂ ବିବାହର ପ୍ରଲୋଭନ ଦେଖାଇ ଏକ ଘରଭଡା ଆଣି ରଖିଥିଲା । ଏହା ସହ ତା' ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛି ଯୁବତୀ ।

ତେବେ ଉଭୟ ପରିବାର ଦୁହିଁଙ୍କ ପ୍ରେମ ସମ୍ପର୍କରେ ଜାଣିବା ପରେ ବିବାହ ପାଇଁ ଯୁବତୀଙ୍କ ପରିବାରଲୋକେ ଯୁବକଙ୍କ ଘର ଲୋକ ସହ କଥା ହୋଇଥିଲେ । ହେଲେ ପରବର୍ତ୍ତୀ ଅବସ୍ଥାରେ ପୁଅ ଘର ପକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ଯୌତୁକ ଦାବି ହୋଇଥିବା ଅଭିଯୋଗ ଆଣିଛନ୍ତି ଯୁବତୀଙ୍କ ପରିବାର । ତେବେ ଏଭଳି ଘଟଣା ପଦାକୁ ଆସିବା ପରେ ସ୍ବେଚ୍ଛାସେବୀଙ୍କ ସହାୟତାରେ ସ୍ଥାନୀୟ ଶେଷଖାଲ ଥାନାରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଛି । ଉକ୍ତ ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏଯାବତ୍‌ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେପଟେ ଅଭିଯୁକ୍ତର ବାପା ଯୌତୁକ ଦାବିକୁ ଅସ୍ବୀକାର କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.