ETV Bharat / state

ବାତ୍ୟା ଆସେ-ଯାଏ, ଆଉ ରହିଯାଏ ତଳିଆ ଅଞ୍ଚଳବାସୀଙ୍କ ଦୁଃଖ ? - ରାୟଗଡା

ବାତ୍ୟା ପାଇଁ ସ୍ଥାନାନ୍ତରିତ ହୋଇ ଆଶ୍ରୟସ୍ଥଳୀରେ ରହୁଥିବା କିଛି ତଳିଆ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା । ବାତ୍ୟା ପରେ କିଭଳି ରୁହେ ସେମାନଙ୍କ ସ୍ଥିତି ପଚାରି ବୁଝିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : May 4, 2019, 3:29 PM IST

ରାୟଗଡା: ଓଡିଶାରେ ତାଣ୍ଡବ ରଚି ଫେରିଯାଇଛି ବାତ୍ୟା ଫନି । କେବଳ ଫନି ନୁହେଁ ଫାଇଲିନ କୁହାଯାଉ କି ତିତଲି ହେଉ ଅବା ହୁଡହୁଡ୍ କଥା କୁହାଯାଉ । ଏହି ସାମୁଦ୍ରିକ ଝଡ ଯୋଗୁଁ ରାଜ୍ୟରେ ବହୁ କ୍ଷତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଯେତେବେଳେ ବାତ୍ୟା ଆସିବା କଥା ଲୋକେ ଶୁଣନ୍ତି ମନରେ ଭୟ ସୃଷ୍ଟି ହୁଏ । ପ୍ରଶାସନ ପକ୍ଷରୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଶାସନ ମଧ୍ୟ ବେଶ୍ ତତ୍ପରତା ଦେଖାଏ । ହେଲେ ବାତ୍ୟା ଚାଲିଯିବା ପରେ ଲୋକଙ୍କ ଦୁଃଖ ଯେମିତିକି ସେମିତି ରହିଯାଏ । ଏଥର ମଧ୍ୟ ବାତ୍ୟା ଫନିକୁ ନେଇ ରାୟଗଡା ନାଗାବଳୀ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ବାତ୍ୟା ସମୟରେ ସରକାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନେଇ ଯେଭଳି ତତ୍ପରତା ଦେଖାନ୍ତି । ବାତ୍ୟା ପରେ ସେମାନଙ୍କ କଥା ବୁଝେ ନାହିଁ ପ୍ରଶାସନ । ଏପରିକି ମାଟି ଘରେ ରହୁଥିବା ଲୋକଙ୍କ ପାଇଁ ଘର ଖଣ୍ଡେ ମଧ୍ୟ ଯୋଗାଇ ଦେଉ ନାହାଁନ୍ତି ସରକାର ।

ଏଭଳି କିଛି ସ୍ଥାନାରିତ ହୋଇଥିବା ଲୋକଙ୍କ ସହ ଆଲୋଚନା କରିଥିଲେ ଆମ ରାୟଗଡା ସମ୍ବାଦଦାତା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.