ETV Bharat / state

ସରିଲା ଅଧିଷ୍ଠାତ୍ରୀ ଦେବୀ ମଝି ଘରିଆଣିଙ୍କ ଝାମୁଯାତ୍ରା - devotee

୧୫ ତାରିଖରୁ ମନ୍ଦିର ନିକଟରେ ଥିବା ମାଁଙ୍କ ପ୍ରାଚୀନ ମନ୍ଦିରରୁ ପାଦ ଅଣା ଯାଇ ଏହି ଯାତ୍ରାର ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ଓଡିଶା ସମେତ ଆନ୍ଧ୍ରପ୍ରଦେଶର ହଜାର ହଜାର ଭକ୍ତମାନେ ମନ୍ଦିରେ ସ୍ଥାପିତ ହୋଇଥିବା ଦେବୀଙ୍କ ପାଦକୁ ଦର୍ଶନ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Apr 20, 2019, 11:16 PM IST

ରାୟଗଡ଼ା: ସମସ୍ତ ରୀତିନୀତି ସହ ଶେଷ ହେଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣିଙ୍କ ଝାମୁଯାତ୍ରା । ବିଷୁବ ସଂକ୍ରାନ୍ତି ଠାରୁ ୫ ଦିନ ଧରି ଚାଲିଥିବା ଏହି ଯାତ୍ରାର ଆଜି ପୂର୍ଣ୍ଣାହୁତି ହୋଇଛି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଗତ ୧୫ ତାରିଖରୁ ମନ୍ଦିର ନିକଟରେ ଥିବା ମାଁଙ୍କ ପ୍ରାଚୀନ ମନ୍ଦିରରୁ ପାଦ ଅଣା ଯାଇ ଏହି ଯାତ୍ରାର ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ଓଡିଶା ସମେତ ଆନ୍ଧ୍ରପ୍ରଦେଶର ହଜାର ହଜାର ଭକ୍ତମାନେ ମନ୍ଦିରରେ ସ୍ଥାପିତ ହୋଇଥିବା ଦେବୀଙ୍କ ପାଦକୁ ଦର୍ଶନ କରିଥିଲେ ।

ପୂର୍ବେ ଏହା ତିନି ଦିନ ଧରି ହେଉଥିବାବେଳେ ସମୟାନୁସାରେ ଏହି ଯାତ୍ରାକୁ ୫ ଦିନକୁ ବୃଦ୍ଧି କରାଯାଇଛି । ନିୟମ ଅନୁସାରେ ମାଁଙ୍କ ପାଦକୁ ପ୍ରାଚୀନ ମନ୍ଦିରରୁ ଅଣାଯାଇ 5ଦିନ ପରେ ପୁଣି ପୁରୁଣା ମନ୍ଦିରକୁ ଫେରି ନିଆଯାଏ ।

ଏହି ଯାତ୍ରା ପାଇଁ ରାୟଗଡା ସହର ଚଳଚଞ୍ଚଳ ହୋଇ ଉଠିଥିଲା । ଭକ୍ତମାନେ ମା'ଙ୍କ ସୁଚାରୁ ଦର୍ଶନ ପାଇଁ ମନ୍ଦିର କମିଟି ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

hmfnhjklilo;.pl/';[;'[

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.