ETV Bharat / state

ଅମ୍ବାଦଳା-ବିଷମକଟକ ରେଳଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳ ମହାପ୍ରବନ୍ଧକ - ରେଳଷ୍ଟେସନ

ରାୟଗଡା ଗସ୍ତରେ ଭୁବନେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ । ଅମ୍ବାଦଳା ଓ ବିଷମକଟକ ରେଳଷ୍ଟେସନ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟର କଲେ ସମୀକ୍ଷା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Mar 28, 2019, 10:17 PM IST

ରାୟଗଡା: ଭୁବନେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଗୁରୁବାର ରାୟଗଡା ଗସ୍ତରେ ଆସିଥିଲେ । ବିଦ୍ୟାଭୂଷଣଙ୍କ ଏହା ଥିଲା ବାର୍ଷିକ ଗସ୍ତ । ସେ ଅମ୍ବାଦଳାଓ ବିଷମକଟକ ରେଳଷ୍ଟେସନ ପରିଦର୍ଶନ କରିଥିଲେ । ଏଥିସହ ନୂତନ ଭାବେ ଚାଲିଥିବା ତୃତୀୟ ଲାଇନ କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ବିଦ୍ୟାଭୂଷଣଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା ଏବଂ ପୂର୍ବତନ ବିଧାୟକ ଅଞ୍ଚଳର ବିଭିନ୍ନ ଦାବି ସମ୍ପର୍କରେ ତାଙ୍କୁ ଜଣାଇଥିଲେ । ଏହି ଗସ୍ତରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଡିଆରଏମ ଜୟଦୀପ ଗୁପ୍ତା, ପିଆରଓ ନିହାର ରଞ୍ଜନ ମିଶ୍ର ପ୍ରମୁଖଙ୍କ ସମେତ ବହୁ ରେଳ ବିଭାଗୀୟ ଅଧିକାରୀ ସାମିଲ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବାଲେଶ୍ୱର ସହଦେଵଖୁଣ୍ଟା ଆଦର୍ଶ ଥାନା ପୋଲିସ ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ପୂର୍ବରୁ ଏକ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଥିବା ବେଳେ ଆଜି ପୁଣି ମୋବାଇଲ ଛିନତାଇ କରୁଥିବା 2ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ 2ଟି ବାଇକ ଓ 20ଟି ସ୍ମାର୍ଟ ଫୋନ ଜବତ କରିଛି।

Body:ଚୋରମାନେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଟାର୍ଗେଟ କରି ସେମାନଙ୍କ ପାଖରୁ ମୋବାଇଲ ଛଡାଇ ନେଉଥିଲେ। ବିଶେଷ କରି ମହିଳାମାନଙ୍କ ପାଖରୁ ଅଧିକ ସୁବିଧାରେ ମୋବାଇଲ ନେଇ ଚୋରମାନେ ଚମ୍ପଟ ମାରୁଥିଲେ। ବାଲେଶ୍ୱର ସହରରେ ଏମିତି ଘଟଣା ଦୈନନ୍ଦିନ ଘଟୁଥିବା ବେଳେ ଏବେ ପୋଲିସ ସେପରି ଚୋରଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି। ମୋବାଇଲ ଚୋରମାନଙ୍କୁ କାବୁ କରିବା ପରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ବଖାଣିଛି।
ଗତ 2018 ଜୁନ ମାସ 14 ତାରିଖରେ ବେଗୁନିଆ ହରିପୁର ଗ୍ରାମର ରିନାରାଣୀ ଭୋଳଙ୍କ ମୋବାଇଲ କଥା ହେଉହେଉ ରାସ୍ତାରୁ ଚୋରମାନେ ଛଡାଇ ନେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସହଦେଵଖୁଣ୍ଟା ପୋଲିସ ତଦନ୍ତ ଜାରି ରଖିଥଲା। ଚୋରମାନେ ମୋବାଇଲ ଛିନତାଇ କରି ବିଭିନ୍ନ ଆଳ ଦେଖାଇ ବିକ୍ରି କରୁଥିଲେ। ଏହାକୁ ନେଇ ପୋଲିସ ଚିନ୍ତା ବଢିବାକୁ ଲାଗିଥିଲା। ମୋବାଇଲ ଚୋରମାନଙ୍କୁ ଧରିବା ପାଇଁ ସହଦେଵଖୁଣ୍ଟା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ନୂଆ ପୋଷ୍ଟିଂ ହୋଇଥିବା ସବ ଇନ୍ସପେକ୍ଟର ବିରଞ୍ଚି ସାହୁ, ଏଏସଆଇ ବିକ୍ରମ ମହାପାତ୍ର, ଏଏସଆଇ ରମାକାନ୍ତ ବସନ୍ତିଆ ଓ ହାବିଲଦାର ରମାକାନ୍ତ ସାହୁଙ୍କୁ ନେଇ ଏକ 4ଜଣିଆ ଟିମ ଗଠନ କରିଥିଲେ। ଚୋରମାନେ ହରିପୁର ଗ୍ରାମର ଅନୀଲ କୁମାରଙ୍କୁ ଏକ ମୋବାଇଲ ବିକ୍ରି କରିବା ପାଇଁ ମସୁଧା କରିଥିଲେ। ମାତ୍ର ଅନୀଲ ମୋବାଇଲ ରସିଦ ମାଗିବାରୁ ଚୋରମାନେ ତାହା ଦେଇ ପାରି ନଥିଲେ। ରସିଦ ନ ମିଳିବାରୁ ଅନୀଲଙ୍କ ମନରେ ସନ୍ଦେହ ହୋଇଥିଲା। ଅନୀଲ ଏ ବିଷୟରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଯୋଜନା ବଦ୍ଧ ଭାବେ ଚୋରମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ।ନିକଟରୁ 20ଟି ବିଭିନ୍ନ କମ୍ପାନିର ମୋବାଇଲ ଜବତ କରିବା ସହ 2ଟି ବାଇକ ଜବତ କରିଥିଲା। ଚୋରମାନଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ସେମାନେ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ।

Conclusion:ଚୋରମାନେ ବେଗୁନିଆ ଗ୍ରାମର ମନ୍ମଥ ଜେନାଙ୍କ ପୁଅ ପବିତ୍ର ଓରଫ ଚନ୍ଦନ ଓ ଗୁଡିପଦା ଗ୍ରାମର ମୋହନ କୁଣ୍ଡୁ ଙ୍କ ପୁଅ ସୁମନ କୁଣ୍ଡୁ ବୋଲି ପୋଲିସ କହିଛି। ତେବେ ଏମିତି ମୋବାଇଲ ଚୋରି ରାକେଟ ସକ୍ରିୟ ଥିବା ପୋଲିସ କହୁଥିବା ବେଳେ ସେମାନଙ୍କ ଉପରେ ନଜର ରଖାଯାଇଛି ବୋଲି ସୂଚନା ଦେଇଛି।
ବାଇଟ- ଉମେଶ କୁମାର ପଣ୍ଡା(ଡିଏସପି, ଆସିଡବ୍ଲୁ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.