ETV Bharat / state

ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆପର ବିକ୍ଷୋଭ - protests

ଅହେତୁକ ତୈଳ ଓ ଗ୍ୟାସ ଦର ବୃଦ୍ଧି ନେଇ ରାୟଗଡା ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ଆମ ଆଦମୀ ପାର୍ଟି ତରଫରୁ ବିକ୍ଷୋଭ
ଆମ ଆଦମୀ ପାର୍ଟି ତରଫରୁ ବିକ୍ଷୋଭ
author img

By

Published : Mar 22, 2021, 7:55 AM IST

ରାୟଗଡା: ଦିନକୁ ଦିନ ବଢି ଚାଲିଛି ତୈଳ ଓ ରନ୍ଧନ ଗ୍ୟାସର ଦର । ଏହାକୁ ନେଇ ଚାରିଆଡେ ପ୍ରତିବାଦର ସ୍ବର । ତୈଳ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢାଇଛି । ଏହାର ପ୍ରତିବାଦରେ ରାୟଗଡା ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆପର ବିକ୍ଷୋଭ

ବୃଦ୍ଧି ପାଉଥିବା ଡିଜେଲ,ପେଟ୍ରୋଲ,ଗ୍ୟାସ ଦରଦାମ ଯୋଗୁଁ ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ପରିବାର ଉପରେ ଏହାର ଅଧିକ ପ୍ରଭାବ ପଡୁଛି । ବର୍ତ୍ତମାନ ଗ୍ୟସ ଦର ବୃଦ୍ଧି ପାଇଁ 800 ପାର ହୋଇଥିବା ବେଳେ ତେଲ 100 ଟଙ୍କା ପାଖାପାଖି ଛୁଇଁଛି । ଫଳରେ ସେମାନଙ୍କ ଜୀବିକା ପ୍ରଭାବିତ ହେଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନମୁଖୀ ଶାସନକୁ ତୀବ୍ର ନିନ୍ଦା କରିଛନ୍ତି ଜିଲ୍ଲା ଆପ ଆବାହକ ଜନ୍ମେଜୟ ସ୍ୱାଇଁ ।

ଏହାର ପ୍ରତିବାଦ କରି ୩୨୬ ନମ୍ବର ଜାତୀୟ ରାଜପଥରେ ଆପ ମହିଳା କର୍ମୀମାନେ ଗ୍ୟାସ ବଦଳରେ କାଠଚୁଲିରେ ଚା' ପ୍ରସ୍ତୁତ କରି ନାରାବାଜି କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଜିଲ୍ଲା ଆବାହକ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଆପ୍ କର୍ମୀ ଏହି ବିକ୍ଷୋଭରେ ଏକତ୍ରିତ ହୋଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.