ରାୟଗଡ଼ା: ଦେହରେ କିରୋସିନି ଢାଳି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରାୟଗଡା ସହରର ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଥିରେ ଗୁରୁତର ଆହତ ହୋଇଥିବା କେ.କାବଜା(19)ଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ପ୍ରାୟ 80 ଭାଗ ପୋଡି ଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି।
ଆତ୍ମହତ୍ୟା ଉଦ୍ୟମର ପ୍ରକୃତ କାରଣ ଜଣାପଡିନଥିବା ବେଳେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତେବେ ଘରୋଇ କଳହରୁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଉଛି । ଖବର ପାଇ ରାୟଗଡ଼ା ଟାଉନ୍ ଥାନା ପୁଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରାୟଗଡାରୁ ରଂଜନ କୁମାର ରଥ, ଇଟିଭି ଭାରତ