ETV Bharat / state

ହାଇକୋର୍ଟରେ ପହଞ୍ଚିଲା ଗୁଣୁପୁର ଟେଣ୍ଡରରେ ଅନିୟମିତତା ମାମଲା - ଗୁଣପୁର ଟେଣ୍ଡରରେ ଅନିୟମିତତା ମାମଲା

ହାଇକୋର୍ଟରେ ପହଞ୍ଚିଲା ଗୁଣୁପୁର ପୌରସଂସ୍ଥା ଟେଣ୍ଡରରେ ଅନିୟମିତତା ମାମଲା । ମାମଲା ପକ୍ଷଭୁକ୍ତ ହେଲେ ପୌରସଂସ୍ଥାର ଇଓ, ଏମ.ଇ, ଅଧ୍ୟକ୍ଷା ଓ ଟେଣ୍ଡର କମିଟି । ଅଧିକ ପଢନ୍ତୁ

ହାଇକୋର୍ଟରେ ପହଞ୍ଚିଲା ଗୁଣପୁର ଟେଣ୍ଡରରେ ଅନିୟମିତତା ମାମଲା

author img

By

Published : Jul 29, 2023, 9:20 AM IST

ରାୟଗଡା: ପୂର୍ତ୍ତ ବିଭାଗର ଟେଣ୍ଡର କୋଡକୁ ଖାତିର କରୁନି ଗୁଣୁପୁର ପୌରସଂସ୍ଥା । କିଛି ମୁଷ୍ଟିମେୟ ନେତା ଓ ଯନ୍ତ୍ରୀମାନଙ୍କ ଯୋଗୁ ନିରୀହ ଠିକାଦାରମାନେ ନିଜର ଅଧିକାରରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହୋଇଛି । ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଟେଣ୍ଡରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି । ଏଥିରେ ପୌରସଂସ୍ଥାର ଅଧ୍ୟକ୍ଷା, ନିର୍ବାହୀ ଅଧିକାରୀ, ମୁନିସିପାଲଟି ଯନ୍ତ୍ରୀ, ରାୟଗଡା ଡିଆରଡିଏ ଏପିଡି, ଗୁଣୁପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ବର୍ତ୍ତମାନ ପୌରସଂସ୍ଥାର ୬୪ଟି ପ୍ରକଳ୍ପ କୋର୍ଟର କାଠଗଡାରେ ରହିଛି । କେନ୍ଦ୍ର ଓ ରାଜ୍ୟସରକାରଙ୍କ ସହ ଭାଗିତାରେ ୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଅନୁଦାନକୁ ନେଇ ଗୁଣୁପୁର ପୌରସଂସ୍ଥା ଜରିଆରରେ ବିଭିନ୍ନ ୱାର୍ଡରେ ୬୪ଟି ପ୍ରକଳ୍ପ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଗତ ୬ ତାରିଖରେ ଅନଲାଇନ ମାଧ୍ୟମରେ ଠିକାଦାରମାନଙ୍କୁ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୭ ତାରିଖ ଟେଣ୍ଡର ଆହ୍ୱାନରେ ଶେଷ ଦିବସ ରଖାଯାଇଥିଲା । ଏହି ୬୪ଟି କାମ ପାଇଁ ଶତାଧିକ ଠିକାଦାର ଅଂଶଗ୍ରହଣ କରିଥିଲେ । ଏଥିରୁ ନିଦ୍ଦିଷ୍ଟ ଠିକାଦାରଙ୍କ ସଠିକ୍‍ ଜିଏସଟି ଓ ଇଏମଡି ଦାଖଲ ହୋଇନଥିବା ଦର୍ଶାଇ ଟେଣ୍ଡର ପ୍ରକ୍ରିୟାରେ ବାଦ୍‍ କରାଯାଇଥିଲା ।

ଅନ୍ୟ କେତେକ ଠିକାଦାରଙ୍କ ସବୁ ଠିକ ଥାଇ ମଧ୍ୟ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାରୁ ବଞ୍ଚତ କରାଯାଇଥିବା ଅଭିଯୋଗ ହୋଇଛି । କିଛି ଠିକାଦାର ବ୍ୟବସାୟ ଭିତ୍ତିକ ଜିଏସଟି ସହ ସିଭିଲ କାମ ଓ ଅନ୍ୟ କାମ କରିବାର ପ୍ରମାଣ ପତ୍ର ଦେଇଥିଲେ ସୁଦ୍ଧା ଅତି ତରବରିଆ ଭାବେ ଟେଣ୍ଡର ପ୍ରକ୍ରିୟାରେ ବାଦ୍‍ କରାଯାଇଥିବା ନେଇ ରାୟଗଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ପୌରସଂସ୍ଥାର ଏଭଳି ଟେଣ୍ଡର ପ୍ରକ୍ରିୟା ଅନିୟମିତତା ଓ ଜାଣିଶୁଣି ନିଦ୍ଦିଷ୍ଟ ଠିକାଦାରଙ୍କୁ ଏଥିରୁ ବଞ୍ଚିତ କରିବା ଘଟଣା ପଛରେ ବଡଧରଣ ରହସ୍ୟ ରହିଥିବା ଆଲୋଚନା ହେଉଛି । ଏସବୁକୁ ବିରୋଧି କରି ଗତକାଲି(ଶୁକ୍ରବାର) ଠିକାଦାର ଶିବପ୍ରସାଦ ଗୌଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ପୌରସଂସ୍ଥାର ଅଧ୍ୟକ୍ଷା, ନିର୍ବାହୀ ଅଧିକାରୀ, ପୌରସଂସ୍ଥା ଯନ୍ତ୍ରୀ, ରାୟଗଡା ଡିଆରଡିଏ ଏପିଡିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି । କୋର୍ଟ ଦୁଇଦିନ ଛୁଟି ଥିବାରୁ ମଙ୍ଗଳ କିମ୍ବା ବୁଧବାର ଟେଣ୍ଡର କମିଟିର କର୍ମକର୍ତ୍ତାଙ୍କୁ ନୋଟିସ କରାଯିବ ବୋଲି ଠିକାଦାର ଶିବଙ୍କ ହାଇକୋର୍ଟ ଓକିଲ ସୂଚନା ଦେଇଛନ୍ତି । ପୌରସଂସ୍ଥାର ଏଭଳି ଭୁଲ ନିଷ୍ପତ୍ତି ଯୋଗୁଁ ସହରରେ ବିକାଶ ପ୍ରକ୍ରିୟାରେ ବାଧାପ୍ରାପ୍ତ ହେଉଥିବା ଠିକାଦାର କହିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.