ETV Bharat / state

ଅସହ୍ୟ ଖରାରେ ଜଳିଗଲା ବାଇକ୍, ଛଡାଇ ନେଲା ରୋଜଗାରର ପନ୍ଥା

author img

By

Published : May 25, 2023, 5:02 PM IST

ପ୍ରଚଣ୍ଡ ଖରା ଯୋଗୁଁ ରାସ୍ତା କଡରେ ରଖାଯାଇଥିବା ବାଇକରେ ଅଚାନକ ଲାଗିଲା ନିଆଁ । ଚାଁହୁଚାହୁଁ ପାଉଁଶ ହୋଇଗଲା ରୋଜଗାରର ଏକମାତ୍ର ସାହାରା । ଅଧିକ ପଢ଼ନ୍ତୁ

ପ୍ରଚଣ୍ଡ ରୌଦ୍ରତାପରେ ରାସ୍ତାକଡରେ ରଖାଯାଇଥିବା ବାଇକରେ ଲାଗିଲା ନିଆଁ

ରାୟଗଡା: ଅସହ୍ୟ ଖରା ତାତି । ପ୍ରଚଣ୍ଡ ରୌଦ୍ରତାପରେ ରାସ୍ତାକଡ଼ରେ ରଖାଯାଇଥିବା ବାଇକ୍‌ରେ ଲାଗିଲା ନିଆଁ । ଦେଖୁଦେଖୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ବାଇକ୍‌ । ରାୟଗଡା ଅନ୍ତର୍ଗତ କଲ୍ୟାଣସିଂପୁର ବ୍ଲକ ସଦର ମହକୁମାଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଜି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ମୁଖ୍ୟ ସଡକରେ ରଖିଥିବା ବାଇକରୁ ଅଚାନକ ନିଆଁ ଲାଗିବା ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ । ଏହି ବାଇକ୍ ରୋଜଗାରର ଏକ ମାତ୍ର ପନ୍ଥାଥିବା ବେଳେ ଏବେ ଚିନ୍ତାରେ ପଡ଼ିଛନ୍ତି ବାଇକର ମାଲିକ ।

ସୂଚନାନୁଯାୟୀ, କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସେରିଗୁମା ଗାଁର ଜଣେ ରାଜ ମିସ୍ତ୍ରୀ ନାଗେଶ ହିମିରିକାଙ୍କ ଥିଲା ଏହି ବାଇକ । ସେ ନିଜ ବାଇକ ଧରି ସକାଳୁ କଲ୍ୟାଣସିଂହପୁର ଆସି ଘରକାମରେ ଲାଗିଥିଲେ । ପରେ ସେ ମୁଖ୍ୟ ସଡ଼କର ଏକ ବେକେରି ନିକଟକୁ ଯାଇ କେକ୍ କିଣିବା ସମୟରେ ତାଙ୍କ ବାଇକରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ । ସେ କିଛି କରିବା ପୂର୍ବରୁ ହଠାତ ବାଇକ୍‌ରେ ନିଆଁ ଲାଗିଯାଇ ବାଇକଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଫାଳରେ ସ୍ଥାନୀୟଲୋକେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ।

ଫଳରେ ଏହା ଦେଖି ରାସ୍ତର ଉଭୟ ପଟେ ଲୋକଙ୍କ ଭିଡ ଜମିଥିଲା । ନାଗେଶ ତୁରନ୍ତ ଅଗ୍ନିଶମବାହୀନିକୁ ଖବର ଦେଇଥିଲେ । ଖବର ପାଇ କଲ୍ୟାଣସିଂହପୁର ସ୍ଥିତ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାତ୍ର ସେତିକି ବେଳକୁ ମୋଟର ସାଇକେଲଟି ପୋଡି ପାଉଁଶ ହୋଇଯାଇଥିଲା । ସକାଳରୁ ମୁଣ୍ଡଫଟା ଖରାରେ ମଟର ସାଇକେଲଟି ରହିଥିବା ବେଳେ ଆଜିର ପ୍ରଚଣ୍ଡ ଉତ୍ତାପ ଯୋଗୁଁ ବାଇକରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଗତ କିଛି ଦିନ ଧରି ରାୟଗଡା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଛି । ଅସହ୍ୟ ଗରମ ଅସହ୍ୟ ଗୁଳିଗୁଳି କାରଣରୁ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇ ପଡ଼ୁଛି । ନାଗେଶ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ପ୍ରତିଦିନ ନିଜ ପେଟପାଟଣା ପାଇଁ ସେରିଗୁମା ଗାଁରୁ କଲ୍ୟାଣସିଂପୁର ବ୍ଲକର ବିଭିନ୍ନ ଗ୍ରାମ ଉପରେ ନିର୍ଭର କରିଥାଆନ୍ତି । ଅନେକ ସମୟରେ ରାଜ ମିସ୍ତ୍ରୀ କାମ ନମିଳିଲେ ନାଗେଶ ବିଭନ୍ନ ଗାଁକୁ ମଟରସାଇକେଲ ଯୋଗେ ପରିବା ବ୍ୟବସାୟ କରୁଥିଲେ । ତେବେ ଗାଁରୁ ଯିବା ଆସିବା ପାଇଁ ତାଙ୍କର ଏକମାତ୍ର ମୋଟର ସାଇକେଲ ରହିଥିବା ବେଳେ ଆଜି ତାହା ଜଳି ପୋଡି ପାଉଁଶ ହୋଇଯାଇଛି । ଏବେ ସେ କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.