ରାୟଗଡା: ଶିବରାତ୍ରିରେ ଉଜାଗର ମେଳା ସାରି ଫେରିବା ବାଟରେ ନୃତ୍ୟଦଳ ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ । ଘଟଣା ଘଟିଛି କାଶୀପୁର ଥାନା ଅନ୍ତର୍ଗତ ରତାଚୁଆ ଗାଁ ନିକଟରେ । କୋଡିପାରିରୁ ଗତରାତି ଦେଶିଆ ନାଟ ସାରି ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି । ଏହି ଟ୍ରାକ୍ଟରରେ 25ରୁ ଊର୍ଦ୍ଧ୍ବ କଳାକାର ଥିଲେ । ସେମାନଙ୍କ ମଧ୍ୟରୁ 20 ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଏହି ଗୁରୁତର ମଧ୍ୟରୁ 4 ଜଣଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ