ETV Bharat / state

ଅପରେସନ ମୁସ୍କାନ; ୮ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ତେଲେଙ୍ଗାନା ପୋଲିସ

author img

By

Published : Aug 15, 2021, 10:02 AM IST

Updated : Aug 17, 2021, 2:04 AM IST

ପଦାକୁ ଆସିଲା ଶ୍ରମ ବିଭାଗର ବିଫଳତା । ତେଲେଙ୍ଗାନା ପୋଲିସ ଦ୍ଵାରା 8 ଶିଶୁ ଶ୍ରମିକ ଉଦ୍ଧାର । ଅଧିକ ପଢନ୍ତ...

ଅପରେସନ ମୁସ୍କାନ; ୮ ଜଣଙ୍କୁ ଉଦ୍ଧାର କଲା ତେଲେଙ୍ଗାନା ପୋଲିସ

ରାୟଗଡା: ପୁଣି ଶ୍ରମ ବିଭାଗର ବିଫଳତା ପଦାକୁ ଆସିଛି । ତେଲେଙ୍ଗାନା ପୁଲିସ ଦ୍ଵାରା 8 ଜଣ ନାବାଳକ ଏବଂ ନାବାଳିକା ଉଦ୍ଧାର ପରେ ଗୁମର ଖୋଲିଛି ଜିଲ୍ଲା ଶ୍ରମ ବିଭାଗର । ତେଲେଙ୍ଗାନା ରାଜ୍ୟରେ ଚାଲିଛି ଅପରେସନ ମୁସ୍କାନ କାର୍ଯ୍ୟକ୍ରମ । ବିଭିନ୍ନ ସୂତ୍ରରୁ ଖବର ପାଇ ତେଲେଙ୍ଗାନା ରାଜ୍ୟର ସୁରିୟାପେଟା ଜିଲ୍ଲା ସଦର ମହକୁମା ଠାରେ ଏକ ସିମେଣ୍ଟ କାରଖାନାରେ କାମ କରୁଥିବା ବେଳେ 8 ଜଣ ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଧାର କରିଛି ତେଲେଙ୍ଗାନା ପୋଲିସ ।

ଅପରେସନ ମୁସ୍କାନ; ୮ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ତେଲେଙ୍ଗାନା ପୋଲିସ

ସମସ୍ତଙ୍କ ବୟସ 15 ରୁ 17 ମଧ୍ୟରେ ହୋଇଥିବା ସୂଚନା ମିଳିଛି । ରାୟଗଡା ଲକ୍ଷ୍ମୀ ନଗରର 7 ଜଣ ନାବାଳକ ଓ ଜଣେ ନାବାଳିକା ରହିଥିବା ବେଳେ ଜଣଙ୍କର ଘର କାଶୀପୁର ବ୍ଲକରେ ବୋଲି ଜଣାପଡିଛି । ତେଲେଙ୍ଗାନା ରାଜ୍ୟର ସୁରିୟାପେଟା ଜିଲ୍ଲା ସଦର ମହକୁମା ଠାରେ ଏକ ସିମେଣ୍ଟ କାରଖାନାରେ ଏମାନେ ଜଣେ ଦଲାର ସାହାଯ୍ୟରେ କାମ କରୁଥିଲେ । ସମସ୍ତ ଶିଶୁ ଶ୍ରମିକଙ୍କୁ ତେଲେଙ୍ଗାନା ପୋଲିସ ଗତ ମାସ ୨୯ ତାରିଖରେ ଦିନ ଉଦ୍ଧାର କରିଥିଲେ।

ଉଦ୍ଧାର ପରେ ସେମାନଙ୍କୁ ଏକ ସୁରିୟାପେଟା ଜିଲ୍ଲା ସଦର ମହକୁମାର ଏକ ସୁଧାର ଗୃହରେ ରଖାଯାଇଥିଲା । ପରେ ସୁରିୟାପେଟା ସହରରୁ ତେଲେଙ୍ଗାନା ପୋଲିସ ରାୟଗଡା ଆଣି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ । ଏହାପରେ ଶିଶୁ ମଙ୍ଗଳ କମିଟି କାଉନସେଲିଂ କରି ସମସ୍ତ ନାବାଳକ ଓ ନାବାଳିକାଙ୍କୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ସାରା ଦେଶରେ ଏବେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅପରେସନ ମୁସ୍କାନ ଜାରି ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Aug 17, 2021, 2:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.