ETV Bharat / state

ୱେବିନାରରେ ସରିଲା ୭୩ ତମ ଜିଲ୍ଳା ପରିଷଦ ବୈଠକ

author img

By

Published : Jun 27, 2021, 12:29 PM IST

ଅନଲାଇନ ମାଧ୍ୟମରେ ଆଜି ଅନୁଷ୍ଠିତ ହୋଇଯାଇଛି ଜିଲ୍ଳା ପରିଷଦ ୭୩ତମ ବୈଠକ । ତେବେ ଉକ୍ତ ବୈଠକରେ ହେବାକୁ ଥିବା ଆଲୋଚନାର କାର୍ଯ୍ୟସୂଚୀକୁ ପୂର୍ବରୁ ପ୍ରଦାନ କରାଯାଇ ନ ଥିବାରୁ ଏନେଇ ରାୟଗଡ଼ା ଓ ଗୁଣପୁର ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ଅଧିକ ପଢନ୍ତୁ...

ୱେବିନାରରେ ସରିଲା ୭୩ ତମ ଜିଲ୍ଳା ପରିଷଦ ବୈଠକ
ୱେବିନାରରେ ସରିଲା ୭୩ ତମ ଜିଲ୍ଳା ପରିଷଦ ବୈଠକ

ରାୟଗଡ଼ା: ଜିଲ୍ଳା ପରିଷଦର ୭୩ତମ ବୈଠକ ଆଜି(ରବିବାର) ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଳା ପରିଷଦ ଉପାଧ୍ୟକ୍ଷା ବୀଣାପାଣି ସାହୁକାର, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଉକ୍ତ ବୈଠକରେ ହେବାକୁ ଥିବା ଆଲୋଚନାର କାର୍ଯ୍ୟସୂଚୀକୁ ପୂର୍ବରୁ ପ୍ରଦାନ କରାଯାଇ ନ ଥିବାରୁ ଏନେଇ ରାୟଗଡ଼ା ଓ ଗୁଣପୁର ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ ।

ୱେବିନାରରେ ସରିଲା ୭୩ ତମ ଜିଲ୍ଳା ପରିଷଦ ବୈଠକ
ୱେବିନାରରେ ସରିଲା ୭୩ ତମ ଜିଲ୍ଳା ପରିଷଦ ବୈଠକ

ଏହି ବୈଠକରେ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଏବଂ ପଞ୍ଚଦଶ କେନ୍ଦ୍ରୀୟ ଆୟୋଗର ସୁପାରିଶ କ୍ରମେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପ୍ରଦାନ କରାଯାଇଥିବା ପାଣ୍ଠି ଅନୁଦାନର ଜିଲ୍ଳା ପରିଷଦ ଅଂଶକୁ ଅନୁମୋଦନ କରାଯାଇଥିଲା । ସେହିପରି ଏସଏଫସି ଅନୁଦାନର ୧୩୨ଟି ଏବଂ ସିଏଫସି ଅନୁଦାନର ୧୦୮ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ସ୍ଥିର କରାଯାଇଥିବା ବେଳେ ଏଥିରେ ରାସ୍ତାଘାଟ, ସ୍ବାସ୍ଥ୍ୟ, ପାନୀୟଜଳ, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ, ସ୍କୁଲ ଗୃହ ମରାମତି ଓ ନିର୍ମାଣ, ଗ୍ରାମ୍ୟ ହାଟ ଓ ଦୋକାନ ଗୃହ ନିର୍ମାଣ ଆଦି ଅନ୍ତର୍ଭୁକ୍ତ ରହିଛି।

ଜିଲ୍ଳା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ୩୭୭ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇ ଜିଲ୍ଳାର ପାନୀୟ ଜଳ ସମସ୍ୟାକୁ ଦୂର କରିବାର ଲକ୍ଷ୍ୟ ରଖାଯାଇଛି । ଏପଟେ ୨୦୨୧-୨୨ଆର୍ଥିକ ବର୍ଷ ନିମନ୍ତେ ମନରେଗା ଯୋଜନାରେ ବାର୍ଷିକ କାର୍ଯ୍ୟ ଖସଡାକୁ ଅନୁମୋଦନ କରାଯାଇଥିବା ବେଳେ ୧କୋଟି ୧୬ଲକ୍ଷ ୫୧ହଜାର ୫ଶହ ଶ୍ରମ ଦିବସ ସୃଷ୍ଟି କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥି ନିମନ୍ତେ ୫୪୮କୋଟି ୫ଲକ୍ଷ ୫୨ହଜାର ଟଙ୍କାର ବ୍ୟୟ ଅଟକଳ ଆକଳନକୁ ମଞ୍ଜୁର କରାଯାଇଛି । ଜିଲ୍ଳାରେ ଅଧିକରୁ ଅଧିକ ଶ୍ରମ ଭିତିକ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରି ଅଣକୁଶଳି ଶ୍ରମିକମାନଙ୍କୁ କାମ ଯୋଗାଇବା ଭଳି ପ୍ରକଳ୍ପ କରିବା ଉପରେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ଉଲାକା ଗୁରୁତ୍ବାରୋପ କରିଥିଲେ ।

ସେହିପରି ଜିଲ୍ଳାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କର ସହଯୋଗ ନିମେନ୍ତ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ସାରକା ନିବେଦନ କରିଛନ୍ତି । ଅନ୍ୟପଟେ ଜିଲ୍ଳାରେ ଟୀକାକରଣକୁ ଆହୁରି ତ୍ବରାନ୍ନିତ କରିବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ରାଓ ବୈଠକରେ ପ୍ରକାଶ କରିଥିବା ବେଳେ ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମଧ୍ୟ ଜିଲ୍ଳାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କ ଗଠନମୂଳକ ମତାମତ ଓ ପରାମର୍ଶ ଦେବା ପାଇଁ ଅନୁରୋଧ କରିଥିଲେ । ଏହାସହ ବୈଠକରେ ବୈଠକରେ ପିଡି-ଡିଆରଡିଏ ମହେଶ୍ବର ନାଏକ ବିବରଣୀ ପଠନ କରିଥିବା ବେଳେ ଏପିଡି ଭୀମସେନ ଶବର ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ାରରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.