ETV Bharat / state

ଗୁଣୁପୁର ସବ୍‍ ଜେଲରେ ୭୬ ପଜେଟିଭ୍‍, ଜେଲ୍‍ ପରିସରରେ ଆଇସୋଲେସନ ୱାର୍ଡ

author img

By

Published : Jun 2, 2021, 12:09 PM IST

Updated : Jun 4, 2021, 6:53 AM IST

ରାୟଗଡା ଜିଲ୍ଲା ଗୁଣୁପର ସବ୍ ଜେଲରେ ବଢୁଛି କୋରୋନା ସଂକ୍ରମଣ ସଂଖ୍ୟା । 76 ଚିହ୍ନଟ ହେବା ପରେ ଜେଲରେ ଖୋଲିଲା ଆଇସୋଲେସନ ବେଡ୍ । ଅଧିକ ପଢନ୍ତୁ...

ଗୁଣପୁର ସବ୍‍ ଜେଲରେ ୭୬ ପଜେଟିଭ୍‍, ଜେଲ୍‍ ପରିସରରେ ଖୋଲିଲା ଆଇସୋଲେସନ ୱାର୍ଡ

ରାୟଗଡା: ଗୁଣୁପୁର ସବ୍‍ ଜେଲରେ ୭୬ ପଜିଟିଭ୍‍ ଚିହ୍ନଟ । ଜେଲ୍‍ ପରିସରରେ ଖୋଲିଲା ଆଇସୋଲେସନ ୱାର୍ଡ । ସବ୍‍ ଜେଲରେ ୪ଜଣ କର୍ମଚାରୀଙ୍କ ସମେତ ୭୬ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ପୁର୍ବରୁ ଗତ ୨୪ ତାରିଖରେ ୩୨ଜଣଙ୍କ ଆଣ୍ଟିଜେନ ପରୀକ୍ଷାରୁ ଜଣେ ପଜେଟିଭ୍‍ ଚିହ୍ନଟ ହୋଇଥିଲା ।

ଗୁଣୁପୁର ସବ୍‍ ଜେଲରେ ୭୬ ପଜେଟିଭ୍‍, ଜେଲ୍‍ ପରିସରରେ ଆଇସୋଲେସନ ୱାର୍ଡ

ପରବର୍ତ୍ତୀ ସମୟରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୧୧୬ ଜଣଙ୍କର ଆରଟିପିସିଆର ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ 4 ଜଣ କର୍ମଚାରୀ ଓ ୭୧ ଜଣ କଏଦୀ ପଜେଟିଭ୍‍ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କେହି ମହିଳା ନଥିବା ଜଣାପଡିଛି । ସେହିପରି ଜେଲରଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍‍ ଆସିଛି । ଚିହ୍ନଟ ହୋଇଥିବା 4 ଜଣ କର୍ମଚାରୀଙ୍କର ଦୁଇଟି ପର୍ଯ୍ୟାୟ ଟୀକାକରଣ ସରିଥିବା ଜେଲର କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‍ ଜେଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଗୁଣୁପୁରରେ ଗତ ସପ୍ତାହ ହେବ ସଂକ୍ରମଣ ସଂଖ୍ୟା ହ୍ରାସପାଇ ଆସୁ ଥିବାବେଳେ ହଠାତ୍‍ ଜେଲ୍ ମଧ୍ୟରୁ ଏତେ ସଂଖ୍ୟକ ସଂକ୍ରମଣ ଚିହ୍ନଟ ଖବର ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ତେବେ ଜେଲରେ ଗୋଟିଏ ୱାର୍ଡକୁ ଆଇସୋଲେସନ ୱାର୍ଡ କରାଯାଇଥିବା ଜେଲର କାମାକ୍ଷୀ ପତି କହିଛନ୍ତି । ୬ଟି ୱାର୍ଡରୁ ଗୋଟିଏ ମହିଳାମାନଙ୍କ ପାଇଁ ଥିବାବେଳେ ଆଉ ଗୋଟିଏକୁ ପୁର୍ବରୁ କ୍ୱାରେଣ୍ଟାଇନ ୱାର୍ଡ କରାଯାଇଥିଲା । ନୂଆ କଏଦୀ ଆସିଲେ ସେଠାରେ ୧୪ଦିନ ରହିବା ପରେ ସାଧାରଣ ୱାର୍ଡକୁ ଅଣା ଯାଉଥିଲା । ଏବେ ବଳକା ଥିବା ଆଉ 4ଟି ୱାର୍ଡକୁ ପଜେଟିଭ୍‍ ଏବଂ ନେଗେଟିଭଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ଏବେ ଥିବା ୧୧୫ ଜଣ କଏଦୀଙ୍କ ମଧ୍ୟରୁ ୭୧ଜଣ ପଜେଟିଭ୍‍ ଥିବାବେଳେ ଅନ୍ୟମାନେ ନେଗେଟିଭ୍‍ ଅଛନ୍ତି । ୭୧ ଜଣ ପଜିଟିଭଙ୍କ ମଧ୍ୟରୁ ଜଣଙ୍କୁ ବହୁ ପୁର୍ବରୁ ଜେକେ କୋଭିଡ ହସ୍ପିଟାଲକୁ ପଠା ଯାଇଥିଲା । ସେଠାରୁ ତାଡମା କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jun 4, 2021, 6:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.