ETV Bharat / state

ସ୍କୁଲରେ ଷଷ୍ଠ ଶ୍ରେଣୀ ଛାତ୍ର ମୃତ - student dead news

ସ୍କୁଲରେ ତଳେ ପଡି ଷଷ୍ଠ ଶ୍ରେଣୀ ଛାତ୍ର ମୃତ । ପ୍ରାର୍ଥନା ସମୟରେ ଏହି ଅଘଟଣ ଘଟିଛି । ଏନେଇ ରାୟଗଡା ଥାନାରେ ଜଣାଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jul 29, 2019, 8:28 PM IST

ରାୟଗଡା: ପ୍ରାର୍ଥନା ସମୟରେ ସ୍କୁଲରେ ତଳେ ପଡି ଷଷ୍ଠ ଶ୍ରେଣୀ ଛାତ୍ର ମୃତ । ଥାନାରେ ଏନେଇ ଜଣାଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ ଏହି ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡାରେ। ରାୟଗଡା ସହରସ୍ଥିତ ସେକ୍ରେଡ ହାର୍ଟ ସ୍କୁଲରେ ଷଷ୍ଠ ଶ୍ରେଣୀର ଛାତ୍ର ସୁଭ୍ରାଂଶୁ ନାୟକ ପ୍ରାର୍ଥନା କରୁଥିବା ସମୟରେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ବିଦ୍ୟାଳୟର ଶିକ୍ଷକ ମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଏନେଇ ରାୟଗଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ସ୍କୁଲରେ ପ୍ରାର୍ଥନା ଚାଲିଥିବା ସମୟରେ ଜଣେ ଷଷ୍ଟ ଶ୍ରେଣୀ ଛାତ୍ର ତଳେ ପଡିଯାଇ ମୃତ୍ୟୁ ହୋଇଯାଇଛି । ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡାରେ । ରାୟଗଡା ସହରସ୍ଥିତ ସେକ୍ରେଡ ହାର୍ଟ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢନ୍ତି ସୁଭ୍ରାଂଶୁ ନାୟକ । ସବୁଦିନ ଭଳି ଆଜି ମଧ୍ୟ ସକାଳେ ସାଢେ ୭ଟା ସମୟରେ ବର୍ଷା ଯୋଗୁଁ ସାଇକେଲରେ ନ ଆସି ତାଙ୍କ ବାପା ମୋଟର ସାଇକେଲରେ ସ୍କୁଲ ଗେଟ ପାଖରେ ଛାଡି ଚାଲିଯାଇଥିଲେ । ଶ୍ରେଣୀଗୃହରେ ପ୍ରାର୍ଥନା ଚାଲିଥିବା ସମୟରେ ସୁଭ୍ରାଂଶୁ ହଠାତ୍ ତଳେ ପଡିଯାଇଥିଲେ । ତାଙ୍କ ପାଟିରୁ ଲାଳ ବାହାରିବା ସହ ଦେହ ଥରୁ ଥିବା ଦେଖି ବିଳମ୍ବ ନ କରି ସ୍କୁଲ କର୍ତୁପକ୍ଷ ସୁଭ୍ରାଂଶୁଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ରାୟଗଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଶବବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତରକରାଯାଇଛି ।

ବାଇଟ- ୧- ମଙ୍ଗଳଦାନ ନାୟକ ( ମୃତ ଛାତ୍ରଙ୍କ ବାପା)
ବାଇଟ-୨- ଜଜ୍ ଯୋଶେଫ ( ଅଧ୍ୟକ୍ଷ, ସେକ୍ରେଡ ହାର୍ଟ ସ୍କୁଲ,ରାୟଗଡା)
ବାଇଟ-୩- ନିହାରରଞ୍ଜନ ପ୍ରଧାନ( ଥାନା ଅଧିକାରୀ ,ରାୟଗଡା)
Body:ବିଦ୍ୟାଳୟରେ ଷଷ୍ଟ ଶ୍ରେଣୀ ଛାତ୍ରର ମୃତ୍ୟୁ । Conclusion:ବିଦ୍ୟାଳୟରେ ଷଷ୍ଟ ଶ୍ରେଣୀ ଛାତ୍ରର ମୃତ୍ୟୁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.