ରାୟଗଡା: ରାୟଗଡା ଜିଲ୍ଲାରେ ପୁଣି 68 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 32 ଜଣ ପୁରୁଷ ରହିଥିବା ବେଳେ 36ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 12 ଜଣ ପୁଲିସ କର୍ମଚାରୀ ରହିଛନ୍ତି । ତେବେ ରାୟଗଡା ଟାଉନ୍ ଥାନା ପରିସରରେ ଆକ୍ରାନ୍ତ ଚିହ୍ନଟ ହେବା ପରେ 48 ଘଣ୍ଟା ପାଇଁ ଥାନାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ରାୟଗଡା ଏସପି ଶର୍ବଣା ବିବେକ ଏମ ।
ଅନ୍ୟପଟେ ରାୟଗଡା ଜିଲ୍ଲାର ଗୁଡାରୀ ବ୍ଲକରେ 24, ରାୟଗଡା ସହରାଞ୍ଚଳରେ 21, ଗ୍ରାମାଞ୍ଚଳରେ 8, ରାମନାଗୁଡା ବ୍କକରେ 7 ଜଣ, ଗୁଣପୁର ବ୍ଲକରେ 4, ମୁନିଗୁଡା ବ୍ଲକରେ 2 ଓ କୋଲନରା ବ୍ଲକରେ ଜଣେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ 42 ଜଣ କ୍ବାରେଣ୍ଟାଇନ ସେଣ୍ଟରୁ ଆସିଥିବା ବେଳେ 9 ଜଣ ସ୍ଥାନୀୟ ସଂକ୍ରମଣ ରହିଥିବା ଥିବା ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ 8 ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିବା ବେଳେ ସେମାନେ ରାଜସ୍ଥାନ, ପଶ୍ଚିମବଙ୍ଗ, ଗଜପତି ଓ ଗଞ୍ଜାମ ଜିଲ୍ଲାରୁ ଆସିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ 600 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 337 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ