ETV Bharat / state

ରାୟଗଡାର 6 ମହିଳା ଦାଦନ ଶ୍ରମିକ ତାମିଲନାଡୁରୁ ଉଦ୍ଧାର

ମହିଳାମାନେ ତାମିଲନାଡ଼ୁର ନାମାକାଲୁ କୁକୁଡ଼ା ଫାର୍ମକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଥିଲା ।

rayagada
6 ମହିଳା ଦାଦନ ଶ୍ରମିକ ଉଦ୍ଧାର କଲା ପୋଲିସ
author img

By

Published : Mar 4, 2020, 12:36 PM IST

ରାୟଗଡା: ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ଏହାପରେ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ଦାଦନ ଚାଲାଣ ରୋକିବାର ନାଁ ଧରୁନି। ପ୍ରତିଦିନ ରାଜ୍ୟ ବାହାରକୁ ଦାଦନ ଚାଲାଣ ହେଉଛି । 6 ଜଣ ମହିଳା ଶ୍ରମିକଙ୍କୁ ତାମିଲନାଡ଼ୁରୁ ଉଦ୍ଧାର କରିଛି ବିଷମକଟକ ପୁଲିସ ।

6 ମହିଳା ଦାଦନ ଶ୍ରମିକ ଉଦ୍ଧାର କଲା ପୋଲିସ

ସୂଚନା ଅନୁସାରେ, ମହିଳାମାନେ ତାମିଲନାଡ଼ୁର ନାମାକାଲୁ କୁକୁଡ଼ା ଫାର୍ମକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଥିଲା ।

rayagada
6 ମହିଳା ଦାଦନ ଶ୍ରମିକ ଉଦ୍ଧାର

ପରେ ସେଠାରୁ କୌଶଳକ୍ରମେ କିଛି ଶ୍ରମିକ ଖସି ଆସିଥିବାବେଳେ ଆହୁରି କିଛି ମହିଳା ଶ୍ରମିକ ଫସି ରହିଥିଲେ । ମୁକୁଳିଥିବା ଶ୍ରମିକମାନେ ଏନେଇ କିଷମକଟକ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ରାୟଗଡ଼ା ପୁଲିସର ଏକ ଟିମ ତାମିଲନାଡ଼ୁ ଯାଇ 6 ଜଣ ମହିଳାଙ୍କୁ ଉଦ୍ଧାର କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.