ରାୟଗଡା: କ’ଣ ହେବ ଗୁଣପୁରର ନିର୍ବାଚନୀ ଗଣିତ । ଆଶା ଆଶଙ୍କାରେ ଆଶାୟୀ ପ୍ରାର୍ଥୀ । ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର। ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗ ।
ନିର୍ବାଚନରେ ବିଜୟୀ ହେଲେ କେଉଁ ଉନ୍ନତିମୂଳକ କାମକୁ ପ୍ରଥମେ ପ୍ରାଥମିକତା ଦେବେ ପୁରୁଷୋତ୍ତମ ? ଏହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ରାୟଗଡା ମଧ୍ୟ ଏକ କୃଷିଭିତ୍ତିକ ଜିଲ୍ଲା । ଜଳସେଚନ ହିଁ ପ୍ରଥମ ପ୍ରାଥମିକତା । ସ୍ବତନ୍ତ୍ର ଯୋଜନାରେ ସୂତାକଳ କରିବାକୁ ପ୍ରତିଶୃତି ଦେଇଛନ୍ତି ସେ । ଦୁର୍ନିତି ହଟାଓ, ଦେଶ ବଞ୍ଚାଅ ହେଉଛି ତାଙ୍କ ନିର୍ବାଚନୀ ସ୍ଲୋଗାନ । ବଡନାଳ ପ୍ରଜେକ୍ଟ ଉପରେ ମଧ୍ୟ ସେ ଗୁରୁତ୍ବ ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ