ETV Bharat / state

ଛାତ୍ର ହତ୍ୟା ଘଟଣା: 5 ଅଭିଯୁକ୍ତ ଗିରଫ କଲା ରାୟଗଡା ପୋଲିସ - arrest

ସୁରେଶ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରି 5 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାୟଗଡା
author img

By

Published : Jun 20, 2019, 3:20 PM IST

ରାୟଗଡା: ସୁରେଶ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ହତ୍ୟାକାଣ୍ଡ ଘଟାଇଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାୟଗଡା ପୋଲିସ। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ରହିଥିବା ସୂଚନା ମିଳିଛି ।

ଅନ୍ୟ ଦୁଇ ଜଣ ନିରଞ୍ଜନ ବିଡ଼ିଲା ଓ ପବନ କଲ୍ୟାଣ ବୋଲି ଜଣାପଡିଛି । ସବୁ ଅଭିଯୁକ୍ତଙ୍କ ଘର ରାୟଗଡା ବୁଦ୍ରାୱାଲସା ଅଞ୍ଚଳର । ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ହେଇଥିବା ରାୟଗଡା ଏସପି ଡ.ଶ୍ରବଣ ବିବେକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାୟଗଡା

ଗତ 15 ତାରିଖ ଦିନ ରାୟଗଡା ସହର କସ୍ତୁରୀ ନଗରର କଲେଜ ଛାତ୍ର ମହାଦେବ ସୁରେଶ କୁମାରଙ୍କୁ ହତ୍ୟା କରିଥିଲେ। ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ପୋଲିସ ସନ୍ଧାନି କୁକୁର ସାଇଣ୍ଟିଫିକ୍ ଟିମ୍ ଓ ଆଖପାଖ ଅଞ୍ଚଳର ରହିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରି ତଦନ୍ତ ଜାରି ରଖିଥିଲା।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.