ETV Bharat / state

ଦିନକରେ ରାୟଗଡାରୁ ପୁଣି ୪୭ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 10, 2021, 8:15 PM IST

ରାୟଗଡାରୁ ପୁଣି 47 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଚିନ୍ତାରେ ଜିଲ୍ଲା ପ୍ରଶାସନଙ୍କ ସମେତ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ....

ଦିନକରେ ରାୟଗଡରୁ ପୁଣି ୪୭ କୋରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡା: ପୁଣି ୪୭ ନୂଆ କୋରୋନା ଆକ୍ରାନ୍ତଙ୍କୁ ମିଶାଇ ରାୟଗଡାରେ ମୋଟ ସଂକ୍ରମଣ ସଂଖ୍ୟା ୧୨୪ ଛୁଇଁଲା । କୋଭିଡ଼-୧୯ ଦ୍ଵିତୀୟ ଲହର ଆରମ୍ଭରୁ ରାୟଗଡା ଜିଲ୍ଲାରେ ସଂକ୍ରମଣ ଆରମ୍ଭ ହୋଇଯାଇଛି ।

ସେମାନଙ୍କ ମଧ୍ୟରୁ ରାୟଗଡା ସହରରୁ ସର୍ବାଧିକ ୩୯ ରହିଥିବାବେଳେ, କାଶୀପୁରରୁ ୨ଜଣ, ଗୁଣପୁର ସହରାଞ୍ଚଳରୁ ୪ଜଣ, ମୁନିଗୁଡ଼ାରୁ ଜଣେ ଏବଂ ରାୟଗଡ ଗ୍ରାମାଞ୍ଚଳରୁ ଜଣକୁ ମିଶାଇ ୪୭ ଜଣ କୋରୋନା ଚିହ୍ନଟ ହୋଇଛନ୍ତି । ଆଜିର ୪୭ ଜଣଙ୍କ ମଧ୍ୟରେ ପୁରୁଷ ୨୮ଜଣ ରହିଥିବାବେଳେ ମହିଳାଙ୍କ ସଂଖ୍ୟା ୧୯ ରହିଛି । ଏନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷେ ଦ୍ଵିତୀୟ ଲହରରେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ସାଇ ଅମୃତା ଏନକ୍ଲଭ ଆପାଟମେଣ୍ଟକୁ ୭ ଦିନ ପାଇଁ ଜିଲ୍ଲାରେ ପ୍ରଥମ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରିଛି । ଏଥି ସହିତ ଦ୍ରୁତଗତିରେ ସଂକ୍ରମଣ ମାଡି ଚାଲୁଥିବାରୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର କୋଭିଡ ନିୟମକୁ ମାନି ଚାଲିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.