ରାୟଗଡା: ଗଞ୍ଜାମ ପରେ ଏବେ ରାୟଗଡାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କୁହାଯାଉଛି ଜିଲ୍ଲାରେ ଆଣ୍ଟିଜେନ ବଡ଼ିଥିବା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସେପଟେ ଆଜି (ଶନିବାର) ପୁଣି ଦ୍ୱିତୀୟ ଦିନରେ ସର୍ବାଧିକ 450 ନୂଆ ପଜିଟିଭ ସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4665କୁ ଛୁଇଁଥିବାବେଳେ, କୋରୋନାରେ ମୃତ୍ୟୁ ସଂଖ୍ୟା 22ରେ ପହଞ୍ଚିଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସର୍ବାଧିକ ରାୟଗଡା ବ୍ଳକରୁ 91 ଜଣ ରହିଥିବାବେଳେ, ବିଷମକଟକରୁ 61, ଗୁଣପୁର ସହରରୁ 50, କାଶୀପୁରରୁ 46, ରାୟଗଡା ସହରରୁ 38, କୋଲନରାରୁ 34, ମୁନିଗୁଡ଼ାରୁ 28, କଲ୍ୟାଣସିଂହପୁରରୁ 28 , ପଦ୍ମପୁରରୁ 20, ରାମନାଗୁଡ଼ାରୁ 20ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଳାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ 2458ରେ ପହଞ୍ଚିଛି ।
ସେହିପରି ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ 43 ଜଣ କୋରୋନା ଯୋଦ୍ଧା ରହିଥିବାବେଳେ ବର୍ତ୍ତମାନ ମୋଟ ସଂଖ୍ୟା 518ରେ ପହଞ୍ଚିଛି । ବର୍ତ୍ତମାନ 157 ବିଭିନ୍ନ କୋଭିଡ ଡାକ୍ତରଖାନା ଓ ଘରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ ଜିଲ୍ଲାର ଦୋକାନୀ, ଡ୍ରାଇଭର ଭଳି ସ୍ପେଡ଼ର ଗ୍ରୁପଙ୍କୁ ବହୁଳ ମାତ୍ରାରେ ପରୀକ୍ଷା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା PD DRDA ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ