ETV Bharat / state

୬୦ଲକ୍ଷ ମାଗିବା ସହ ହତ୍ୟା ଧମକ ଅଭିଯୋଗ, ୪ନକଲି ମାଓବାଦୀ ଗିରଫ

author img

By ETV Bharat Odisha Team

Published : Dec 12, 2023, 10:53 PM IST

4 fake maoists arrested in Rayagada : ମାଓବାଦୀ ପରିଚୟ ଦେଇ ୬୦ ଲକ୍ଷ ଟଙ୍କା ମାଗିବା ସହ ଦେଉଥିଲେ ହତ୍ୟା ଧମକ । ଅଭିଯୋଗ ପରେ ୪ ନକଲି ମାଓବାଦୀକୁ ଗିରଫ କଲା ଡୋରାଗୁଡା ପୋଲିସ । ଅଧିକ ପଢ଼ନ୍ତୁ

୪ ନକଲି ମାଓବାଦୀ ଗିରଫ
୪ ନକଲି ମାଓବାଦୀ ଗିରଫ

୪ ନକଲି ମାଓବାଦୀ ଗିରଫ

ରାୟଗଡ଼ା: ଦୀର୍ଘ ଦିନର ନୀରବତା ପରେ ଏବେ ପୁଣି ମୁଣ୍ଡ ଟେକିଲେଣି ନକଲି ମାଓବାଦୀ । ନକଲି ମାଓ ଚିଠି ସହ ଦେଉଥିଲେ ହତ୍ୟା ଧମକ । ତେବେ ଏଭଳି ଅଭିଯୋଗରେ ୪ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ରାୟଗଡ଼ା ଜିଲ୍ଲା ଡୋରାଗୁଡା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏସପି ବିବେକାନନ୍ଦ ଶର୍ମା । ନକଲି ମାଓ ଚିଠି ଓ ହତ୍ୟା ଧମକ ହେଇ ଗିରଫ ୪ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ବେଳେ ବାକି ଦୁଇ ଜଣ ପୁରୁଷ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ପରମାନନ୍ଦ ନାଏକ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ, ପରମାନନ୍ଦଙ୍କୁ ଏକ ମାଓ ଚିଠି ଆସିଥିଲା । ଉକ୍ତ ଚିଠିରେ ତାଙ୍କୁ ୬୦ ଲକ୍ଷ ଟଙ୍କା ଦେବାକୁ ଲିଖିତ ରହିଥିଲା । ଏଥି ସହିତ ଅଜଣା ନମ୍ବରରୁ ତାଙ୍କୁ ଫୋନ୍ କଲ୍ କରି ୬୦ ଲକ୍ଷ ଟଙ୍କା ଦେବା ପାଇଁ କୁହାଯାଇଥିଲା । ଟଙ୍କ ନଦେଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ମିଳିଥିଲା । ତେବେ ଏନେଇ ସେ ଦୋରାଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ପୋଲିସ ୪ ଜଣଙ୍କ ସମ୍ପୃକ୍ତି ରହିଥିବା ଜାଣି ସେମାନଙ୍କୁ ଠାବ କରିଥିଲେ । ତେବେ ଗିରଫ ୪ ଜଣ ହେଲେ କଳହାଣ୍ଡି ଜିଲ୍ଲା କଲମପୁର ଥାନା ମଣ୍ଡଳ ଗ୍ରାମର ଯଶୋବନ୍ତ ନାଏକ (୨୭) ଓ ବର୍ଷା ନାଏକ (୨୫), କାଶୀପୁର ଥାନା ମାଳିଗାଁର ପିଣ୍ଟ ଓରଫ୍ ରମେଶ ନାଏକ (୩୨) ଏବଂ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ବୁନ୍ଦିଆ କୋଲୋନୀ ଅନ୍ତର୍ଗତ କଲ୍ୟାଣୀ ପଂଚଭୟା (୩୦) ।

ଏହା ମଧ୍ୟ ପଢ଼ନ୍ତୁ......ନୂଆପଡାରେ ପୁଣି ଲାଗିଲା ମାଓ ପୋଷ୍ଟର, PLGA ସପ୍ତାହ ସଫଳ ପାଇଁ ଆହ୍ୱାନ

ସପଟେ ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏଥି ସହିତ ସେମାନଙ୍କୁ ଠାରୁ ୪ ଟି ମୋବାଇଲ ଫୋନ୍ ଓ ୨ ଟି ମାଓ ଚିଠି ମଧ୍ୟ ଜବତ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ଏମାନେ ଏଭଳି ଭାବରେ ଆନେକ ଲୋକଙ୍କୁ ମାଓବାଦୀ ନାଁରେ ଠକି ବଟି ଆଦାୟ କରୁଥିବା ଜଣାପଡିଛି । ତେବେ ସେମାନଙ୍କୁ ରିମାଇଣ୍ଡର ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ଡୋରାଗୁଡା ପୋଲିସ ସୂତ୍ରରୁ ଜଣା ପଡିଛି । ଏଠାରେ ସୂଚନା ଯୋଗ୍ୟ କି ରାୟଗଡ଼ ଜିଲ୍ଲାରେ ପୂର୍ବରୁ ମାଓ ଅଦ୍ୟୁଷିତ ଥିବା ବେଳେ ଅନେକ ସମୟରେ ମାଓବାଦୀଙ୍କ ନାଁରେ ନକଲି ମାଓବାଦୀମାନେ ଠିକାଦାର , ନେତା , ବ୍ୟବସାୟୀ ଓ ସରକାରୀ କର୍ମଚାରୀଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରୁଥିଲେ । ତେବେ ଗତ ଦୁଇ ବର୍ଷ ଧରି ଏଥିରେ ଜବନିକା ପଡିଥିବା ବେଳେ ଏବେ ପୁଣି ଏକ ନକଲି ମାଓବାଦୀ ଦଳ ସକ୍ରିୟ ଥିବା ପୋଲିସ ସନ୍ଦେହ କରୁଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.