ETV Bharat / state

ରାୟଗଡାରେ ଅପହଁଞ୍ଚ ସ୍ବାସ୍ଥ୍ୟ ସେବା, 7 ମାସରେ 15 ଗର୍ଭବତୀଙ୍କ ସମେତ 466 ଶିଶୁ ମୃତ - 7 ମାସରେ 15 ଗର୍ଭବତୀ ମୃତ

ରାୟଗଡା ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର । 7 ମାସ ଭିତରେ ଗଲାଣି 15 ଗର୍ଭବତୀ ଓ 466 ଶିଶୁଙ୍କ ଜୀବନ । ଅଧିକ ପଢ଼ନ୍ତୁ...

15 pregnant women dies in 7 month, 466 child dead with in 7 months,  rayagada health service, health service in rayagada, ରାୟଗଡାରେ ଅପହଁଞ୍ଚ ସ୍ବାସ୍ଥ୍ୟ ସେବା, 15 ଗର୍ଭବତୀଙ୍କ ସମେତ 466 ଶିଶୁ ମୃତ, 7 ମାସରେ 15 ଗର୍ଭବତୀ ମୃତ
ରାୟଗଡାରେ ଅପହଁଞ୍ଚ ସ୍ବାସ୍ଥ୍ୟ ସେବା
author img

By

Published : Dec 13, 2019, 1:31 AM IST

ରାୟଗଡା: ଜିଲ୍ଲାରେ ବାଟ ହୁଡିଛି ସ୍ବାସ୍ଥ୍ୟ ସେବା । 7 ମାସରେ ଆଖି ବୁଜିଲେଣି 15 ଗର୍ଭବତୀ ସହ ବର୍ଷେ ମଧ୍ୟରେ 407 ଏବଂ 1 ରୁ 5 ବର୍ଷ ଭିତରେ 59 ଶିଶୁଙ୍କ ସମେତ ମୋଟ 466 ଶିଶୁ । ମାସକ ଭିତରେ ସ୍ଥିତି ନସୁଧୁରିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳଙ୍କ ସୂଚନା ।

ରାୟଗଡାରେ ଅପହଁଞ୍ଚ ସ୍ବାସ୍ଥ୍ୟ ସେବା

ଜିଲ୍ଲାର ଚନ୍ଦ୍ରପୁର ବ୍ଲକର ବେଲମଗୁଡା, ବିଜାପୁର-୩, ବୁଡୁବାଲି, ମରିଚଗୁଡା, ଗୁଡାରି ବ୍ଲକର ଡାହାଣି, ମଧୁବନ, ଗୁଣପୁର ବ୍ଲକର ଭୀମପୁର-୧, ଗୋଠଲପଦର, କୁଲୁସିଂ, କାଶୀପୁର ବ୍ଲକର ବର୍ତିବାଲି, କାହ୍ନୁଗୁଡା, ପାଞ୍ଚାଳି, ଶଙ୍କରଡା-୧, ସୁରୁଗୁଞ୍ଜ, ମୁନିଗୁଡା ବ୍ଲକର ଇଚ୍ଛାପୁର-୪, ଖଲିଆଗୁଡା, ଲକ୍ଷ୍ମୀପୁର-୨, ରଘୁବାରି, ପଦ୍ମପୁର ବ୍ଲକର ଗୁଲୁଗୁଡା, ରାୟଗଡା ବ୍ଲକର ଚେକା, ଦୁର୍ଗାପାଡ଼ୁ, ଗାଜିଗାଁ, ଗୁମ୍ମା, ତାଡମା ସବ ସେଣ୍ଟରରେ ୪୦ ପ୍ରତିଶତରୁ ଅଧିକ ଗର୍ଭବତୀ ମହିଳା ଘରେ ହିଁ ପ୍ରସବ କରୁଥିବା ରିପୋର୍ଟ ସ୍ପଷ୍ଟ କରୁଛି ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ସେବା କେତେ ସଫଳ ।

ମାସକ ଭିତରେ ସ୍ଥିତି ସୁଧାରିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ତାଗିଦ କରିବା ସହ 24 ଏଏନଏମ ଓ ହେଲ୍‌ଥ ସୁପରଭାଇଜରଙ୍କୁ ଜବାବ ତଲବ କରିଛନ୍ତି। ସ୍ଥିତିରେ ସୁଧାର ନ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏଏନଏମ, ହେଲଥ୍ ସୁପରଭାଇଜରଙ୍କୁ ନିଲମ୍ବନ କରିବା ପାଇଁ ମଧ୍ୟ ଚେତାବନୀ ଶୁଣାଇଛନ୍ତି ଜିଲ୍ଲାପାଳ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:୭ ମାସରେ ୧୫ ଗର୍ଭବତୀ, ୪୬୬ ଶିଶୁଙ୍କ ମୃତ୍ୟୁ . ମାସକ ଭିତରେ ସ୍ଥିତି ନ ସୁଧୁରିଲେ ହେବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳBody:ରାୟଗଡ଼ ଜିଲ୍ଲାରେ ବାଟ ହୁଡିଛି ସ୍ୱାସ୍ଥ୍ୟ ସେବା । ୭ ମାସରେ ଆଖି ବୁଜିଲେଣି ୧୫ ଗର୍ଭବତୀ ସମେତ ୦ ରୁ ୧ ବର୍ଷ ମଧ୍ୟରେ ୪୦୭ ଏବଂ ୧ ରୁ ୫ ବର୍ଷ ଭିତରେ ୫୯ ମୋଟ ୪୬୬ ଶିଶୁ । ଏଅପରି କି ଜିଲ୍ଲାର ଚନ୍ଦ୍ରପୁର ବ୍ଲକର ବେଲମଗୁଡା, ବିଜାପୁର-୩, ବୁଡୁବାଲି, ମରିଚଗୁଡା, ଗୁଡାରି ବ୍ଲକର ଡାହାଣି, ମଧୁବନ, ଗୁଣପୁର ବ୍ଲକର ଭୀମପୁର-୧, ଗୋଠଲପଦର, କୁଲୁସିଂ, କାଶୀପୁର ବ୍ଲକର ବର୍ତିବାଲି, କାହ୍ନୁଗୁଡା, ପାଞ୍ଚାଳି, ଶଙ୍କରଡା-୧, ସୁରୁଗୁଞ୍ଜ, ମୁନିଗୁଡା ବ୍ଲକର ଇଚ୍ଛାପୁର-୪, ଖଲିଆଗୁଡା, ଲକ୍ଷ୍ମୀପୁର-୨, ରଘୁବାରି, ପଦ୍ମପୁର ବ୍ଲକର ଗୁଲୁଗୁଡା, ରାୟଗଡ଼ା ବ୍ଲକର ଚେକା, ଦୁର୍ଗାପାଡ଼ୁ, ଗାଜିଗାଁ, ଗୁମ୍ମା, ତାଡମା ସବ୍ ସେଣ୍ଟରରେ ୪୦ ପ୍ରତିଶତରୁ ଅଧିକ ଗର୍ଭବତୀ ମହିଳା ଘରେ ହିଁ ପ୍ରସବ କରୁଥିବା ରିପୋର୍ଟ ବୟାନ କରୁଛି ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ସେବାକୁ ନେଇ । ମାସକ ଭିତରେ ସ୍ଥିତି ସୁଧାରିବାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ତାଗିଦ୍ କରିବା ସହ ୨୪ ଏଏନ୍ଏମ୍ ଓ ହେଲଥ୍ ସୁପରଭାଇଜରଙ୍କୁ କୈଫଲତ ତଲବ କରିଛନ୍ତି। ସ୍ଥିତିରେ ସୁଧାର ନ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଏଏନ୍ଏମ୍, ହେଲଥ୍ ସୁପରଭାଇଜରଙ୍କୁ ସସପେଣ୍ଡ କରିବା ପାଇଁ ମଧ୍ୟ ଚେତାବନୀ ଶୁଣାଇଛନ୍ତି ଜିଲ୍ଲାପାଳ। Conclusion:୭ ମାସରେ ୧୫ ଗର୍ଭବତୀ, ୪୬୬ ଶିଶୁଙ୍କ ମୃତ୍ୟୁ . ମାସକ ଭିତରେ ସ୍ଥିତି ନ ସୁଧୁରିଲେ ହେବ କାର୍ଯ୍ୟାନୁଷ୍ଠାନ: ଜିଲ୍ଲାପାଳ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.