ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀ ପାଇଲା ୧୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ରାମନଦୋରା ସନ୍ତୋଷ କୁମାରଙ୍କୁ ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ୧୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମର ଆସିଲା ରାୟ, ୧୧ ବର୍ଷ ଶଶ୍ରମ କାରାଦଣ୍ଡାଦେଶ

author img

By

Published : Apr 29, 2022, 10:15 PM IST

ରାୟଗଡା: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ରାମନଦୋରା ସନ୍ତୋଷ କୁମାରଙ୍କୁ ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ୧୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଦଣ୍ଡିତ କରିଛନ୍ତି । ଉକ୍ତ ଅର୍ଥ ଅନାଦେୟ ହେଲେ ଅଭିଯୁକ୍ତକୁ କୋର୍ଟ ଆଉ ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବ ବୋଲି ରାୟ ପ୍ରକାଶ କରିଛନ୍ତି । ଗତ ୨୦୧୯ ମସିହା ଫେବ୍ରୁଆରୀ ୨ ତାରିଖ ଦିନ କଲ୍ୟାଣସିଂହପୁର ଥାନା ଅଞ୍ଚଳର ରାମନଦୋରା ସନ୍ତୋଷ ଜଣେ ନାବାଳିକାକୁ ଗ୍ରାମର ଏକ କପାବାଡକୁ ନେଇ ସେଠାରେ ପ୍ରେମ ନିବେଦନ କରିଥିଲା । ପରେ ଉକ୍ତ ନାବାଳିକା ତାଠାରୁ ମୁକୁଳିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଅଭିଯୁକ୍ତ ପୀଡିତାକୁ ଦୁଷ୍କର୍ମ କରିଥିଲା ।

ନାବାଳିକା ଦୁଷ୍କର୍ମର ଆସିଲା ରାୟ, ୧୧ ବର୍ଷ ଶଶ୍ରମ କାରାଦଣ୍ଡାଦେଶ

ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଅବଗତ କରାଇବା ପରେ ପରିବାର ଲୋକେ ଏନେଇ କଲ୍ୟାଣସିଂହପୁର ଥାନାରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏନେଇ କଲ୍ୟାଣସିଂହପୁର ଥାନାରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୪୧, ୫୦୬ ଓ ୩୦୬ରେ ଥାନା କେସ ନମ୍ବର ୧୭/୨୦୧୯ରେ ଏକ ମାମଲା ରୁଜୁ କରାଯାଇଥିଲା ।

ତେବେ ଆବଶ୍ୟକ ପ୍ରମାଣ ଓ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ସେସନ୍ ଜର୍ଜ ସୋନାଲି ପଟ୍ଟନାୟକ ଦୋଷୀ ରାମନଦୋରା ସନ୍ତୋଷ କୁମାରକୁ ୧୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ତାକୁ ୨୦ ହଜାର ଟଙ୍କା ଜରିମାନରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ଆଇନଜୀବୀ ବିରଜା ପାତ୍ର ସରକାରୀ ଓକିଲ ଭାବେ ମାମଲା ପରିଚାଳନା କରିଥିଲେ ।

ରାୟଗାଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.