ETV Bharat / state

ଚାଲିଥିଲା ରାମଲୀଳା ଫୁଟିଲା ବୋମା, ଲକ୍ଷ୍ମଣ ଗୁରୁତର ଆହତ

author img

By ETV Bharat Odisha Team

Published : Nov 22, 2023, 5:55 PM IST

ରାମଲୀଳା ବେଳେ ଅଘଟଣ । ରାମଙ୍କ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ । ଫଳରେ ଲକ୍ଷ୍ମଣ ବେଶରେ ଅଭିନୟ କରୁଥିବା ବ୍ୟକ୍ତି ଗୁରୁତର ଆହତ । ଅଧିକ ପଢ଼ନ୍ତୁ

ରାମଲୀଳା ବେଳେ ମଞ୍ଚ ଉପରକୁ ବୋମାମାଡ଼
ରାମଲୀଳା ବେଳେ ମଞ୍ଚ ଉପରକୁ ବୋମାମାଡ଼

ପୁରୀ: ରାମଲୀଳା ବେଳେ ଅଘଟଣ । ମଞ୍ଚ ଉପରେ ଚାଲିଥିଲା ରାମଲୀଳା । ରାମଙ୍କ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ । ଫଳରେ ଲକ୍ଷ୍ମଣ ବେଶରେ ଅଭିନୟ କରୁଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସପଟେ ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଅଘଟଣ ଘଟିଛି ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ନିକଟରେ ।

ସୂଚନା ଅନୁସାରେ, ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ନୃସିଂହ ମନ୍ଦିର ନିକଟରେ ମା' ବିନ୍ଧେଶ୍ବରୀ ରାମନାଟ୍ୟ ସଂସଦ ପକ୍ଷରୁ ରାମଲୀଳା ପରିବେଷଣ କରାଯାଉଥିଲା । ରାମଲୀଳା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିବା ବେଳେ ମଞ୍ଚରେ ଗଣେଶ ବନ୍ଦନା ଚାଲିଥିଲା । ରାମଲୀଳା ଚାଲିଥିବା ସମୟରେ ମଞ୍ଚ ଠାରୁ ଅଳ୍ପ କିଛି ଦୂରରେ ପ୍ରଚଣ୍ଡ ଶବ୍ଦ ହୋଇ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣକୁ ବାଣ ବୋଲି ଭାବି କେହି ଧ୍ୟାନ ଦେଇନଥିଲେ । ପରେ ହଠାତ୍ ଭିଡ଼ ଭିତରୁ ମଞ୍ଚରେ ଥିବା ରାମ ବେଶଧାରୀଙ୍କ ଉପରକୁ ଲକ୍ଷ୍ୟ କରି ଦୁର୍ବୃତ୍ତ ବୋମାମାଡ କରିଥିଲେ । ଏହି ସମୟରେ ଲକ୍ଷ୍ମଣ ବେଶରେ ଅଭିନୟ କରୁଥିବା ସଦର ଥାନା ଅଧିନ ସାହାଣୀକେରା ଗ୍ରାମର‌ ସୁକାନ୍ତ ପ୍ରଧାନ ବେଶଧାରୀ ସୁକାନ୍ତ ସାମ୍ନାକୁ ଆସି ଯିବାରୁ ବୋମାଟି ତାଙ୍କ ଡାହାଣ ହାତ କହୁଣୀରେ ମାଡ଼ ହୋଇଥିଲା । ରାମଚନ୍ଦ୍ରଙ୍କ ବେଶରେ ଥିବା କାର୍ତ୍ତିକ ପ୍ରଧାନଙ୍କ ସହ ମଞ୍ଚରେ ସୀତାଙ୍କ ବେଶରେ ରଶ୍ମିତା ସ୍ବାଇଁ ଉପସ୍ଥିତ ଥିବା ବେଳେ ସେମାନେ ମଧ୍ୟ ଆହତ ଦୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.......ପୂର୍ବତନ ମେୟରଙ୍କୁ ବୋମାମାଡ଼ ଘଟଣା: ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଚାଲିଛି ତଦନ୍ତ

ତେବେ ବୋମାମାଡ଼ରେ ସୁକାନ୍ତଙ୍କ କହୁଣୀ କ୍ଷତାକ୍ତ ହୋଇଥବା ବେଳେ ସେ ଗୁରୁତର ଆହତ ହୋଇଥିଲା । ସୁକାନ୍ତଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏହାସହ ଅନ୍ୟ ଆହତମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ରାମଲୀଳା ଅନୁଷ୍ଠାନ ପରିଚାଳକ ବଳିଆପଣ୍ଡା ଥାନାରେ ଏତଲା ଦେଇଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇନାହିଁ । ତେବେ ପୁର୍ବ ଶତ୍ରୁତା କିମ୍ବା ଗୋଷ୍ଠୀ ବିବାଦ କାରଣରୁ ଏହି ଘଟଣା ହେଇଥିବା ସନ୍ଦେହ କରାଯାଉଛି । ସପଟେ ଘଟଣାର ତଦନ୍ତ ଚାଳିଛି । ଅଭିଯୁକ୍ତଙ୍କୁ ପୋଲିସ ଖୁବ ଶୀଘ୍ର ଗିରଫ କରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.