ETV Bharat / state

ମା' ଶଯ୍ୟାଶାୟୀ, ମାଲିକ ଦେଉନି ଟଙ୍କା; ଜଗା ମୂର୍ତ୍ତି ସହ ରାସ୍ତା ଉପରେ ଅସହାୟ ଯୁବକ

ଘରେ ମା' ଦେହ ଖରାପ । ପାଖରେ ପଇସା ନାହିଁ । ମାଲିକ ମଧ୍ୟ ପଇସା ଦେଉନାହିଁ । ଏପରି କହି ପୁରୀ ଭିଆଇପି ରୋଡ୍‌ରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି ବସି ରହିଛନ୍ତି ଜଣେ ଅସହାୟ ଯୁବକ । ଅର୍ଥ ନଥିବାରୁ ଘରକୁ ମଧ୍ୟ ଫେରି ଯାଇପାରୁନାହାନ୍ତି । ପ୍ରଭୁ ଜଗନ୍ନାଥ ସବୁ କିଛି ଠିକ କରିବେ ଏହି ଆଶା ନେଇ ସେ ଜଗା ମୂର୍ତ୍ତି ଧରି ରାସ୍ତାରେ ପଡ଼ି ରହିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

author img

By

Published : Feb 16, 2023, 8:25 PM IST

Young man with idol of lord jagannath
Young man with idol of lord jagannath
ମା' ରୋଗାକାନ୍ତ ବେଳେ ମାଲିକ ଦେଉନି ଟଙ୍କା, ଜଗା ମୂର୍ତ୍ତି ସହ ରାସ୍ତା ଉପରେ ଅସହାୟ ଯୁବକ

ପୁରୀ: ଯେତେବେଳେ ଜୀବନ ଯୁଦ୍ଧରେ ମଣିଷ ଅସହାୟ ପାଲଟିଯାଏ, ସେତେବେଳେ ଗୋଟିଏ ମାତ୍ର ଭରସା ପ୍ରଭୁ ଜଗନ୍ନାଥ । ପୁରୀ ଭିଆଇପି ରୋଡ୍‌ରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି ବସିଥିବା ଯୁବକଙ୍କୁ ଦେଖିବା ପରେ ପୁଣି ଏହି କଥାଟି ପ୍ରମାଣିତ ହୋଇଛି । ସବୁ ଆଡୁ ନିରାଶ ହେବା ପରେ ଯୁବକ ଜଣକ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି ରାସ୍ତା ଉପରେ ଭୋକ ଉପାସରେ ଦିନ କାଟୁଛନ୍ତି । ସେପଟେ ମାଆ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ ହାତରେ ନାହିଁ ଅର୍ଥ । ମାଲିକ ମଧ୍ୟ ଆର୍ଥିକ ସହାୟତା କରିବାକୁ ମନା କରିବା ପରେ ଯୁବକ ଜଣକ ଏମିତି ମହାପ୍ରଭୁଙ୍କ ଭରସାରେ ରାସ୍ତା ଉପରେ ପଡ଼ି ରହିଥିବା କହିଛନ୍ତି ।

ରାଜରାସ୍ତାରେ ଏପରି ପଡ଼ି ରହିଥିବା ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଯୁବକ ଜଣକ ନିଜର ପରିଚୟ ମଧ୍ୟ ଦେଇଛନ୍ତି । ଅସହାୟ ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଗଙ୍ଗପଡ଼ାର ରଶ୍ମି ରଞ୍ଜନ ସାମନ୍ତରାୟ । ରଶ୍ମିଙ୍କ କହିବା କଥା ଘରେ ଆର୍ଥିକ ଅନଟନ ଯୋଗୁଁ ସେ ପୁରୀ ରୋଜଗାର ଅନ୍ଵେଷଣରେ ଆସିଥିଲେ। ଜଣେ ବ୍ୟବସାୟୀଙ୍କ ପାଖରେ ରହି କାମ ମଧ୍ୟ କରୁଥିଲେ। ସ୍ଵଳ୍ପ ଦରମା ପାଉଥିଲେ ଵି ସେ ଚଳିଯାଉଥିଲେ । ତେବେ ତାଙ୍କ ମା'ଙ୍କ ଦେହ ଖରାପ ହେବା ଖବର ସେ ପାଇଥିଲେ। ଏ ନେଇ ସେ ନିଜ ମାଲିକକୁ ମା'ର ଚିକିତ୍ସା ଲାଗି କିଛି ଅର୍ଥ ମାଗିଥିଲେ। ହେଲେ ମାଲିକ ତାଙ୍କ କଥାକୁ ଶୁଣି ନ ଥିବା ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ-ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି, ବାବାଙ୍କୁ ପ୍ରତ୍ୟକ୍ଷ ଦର୍ଶନ କଲେ ଶ୍ରଦ୍ଧାଳୁ

ଏପରିକି ବକେୟା ଟଙ୍କା ଦେବାକୁ ରଶ୍ମି ମାଲିକ ନେହୁରା ହୋଇଥିଲେ । ମାଲିକ ଟଙ୍କା ତ ଦେବା ଦୂରର କଥା ତାଙ୍କୁ ଚିହ୍ନି ନାହିଁ ବୋଲି କହିଦେଇ ତଡ଼ିଦେଇଥିଲେ। ତେବେ ପାଖରେ ଟଙ୍କା ନ ଥିବାରୁ ରଶ୍ମି ନିଜ ଗାଁକୁ ଯାଇ ପାରୁନାହାନ୍ତି । ଭୋକ ଉପାସରେ ପୁରୀ ଭିଆଇପି ରୋଡରେ ରାତି କାଟୁଛନ୍ତି । ଫୁଙ୍ଗୁଳା ଶରୀର ସହ ମଶା ମାଛିରେ ପଡ଼ି ରହିଛନ୍ତି । ତାଙ୍କ ବିଶ୍ବାସ ରହିଛି ପ୍ରଭୁ ଜଗନ୍ନାଥ ତାଙ୍କୁ ନିଶ୍ଚୟ ସାହା ହେବେ । କୌଣସି ନା କୌଣସି ବାଟଟିଏ କାଢିବେ । ଏହି ବିଶ୍ବାସରେ ଜଗାର ମୂର୍ତ୍ତି ଧରି ପଡି ରହିଛନ୍ତି ।

ଅସହାୟ ଯୁବକ ରଶ୍ମି କହିଛନ୍ତି, "ମହାପ୍ରଭୁଙ୍କୁ ମୁଁ ଛାଡ଼ି ରହିପାରିବି ନାହିଁ । ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ସବୁବେଳେ ମୋ ସାଙ୍ଗରେ ରହିବ । ମାଲିକଙ୍କୁ ଟଙ୍କା ମାଗିଲା ବେଳକୁ ମୋତେ ଚିହ୍ନିନଥିବା କହିଛନ୍ତି । ମୁଁ କଣ ମୋ କଷ୍ଟ ଅର୍ଜିତ ଧନ ନେବାକୁ ଯୋଗ୍ୟ ନୁହେଁ ।" ରଶ୍ମିଙ୍କ ଅସହାୟତା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଅନ୍ୟପଟେ ମାଲିକଙ୍କୁ ଲୋକେ ନିନ୍ଦା ମଧ୍ୟ କରିଛନ୍ତି । ଯୁବକଙ୍କ ଏପରି ସ୍ଥିତିରେ ମାଲିକ ଜଣକ ଏତେ ନିଷ୍ଠୁର କେମିତି ହୋଇପାରିଲେ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏଭଳି ଘଟଣା ସାଧାରଣରେ ଦୁଃଖ ମଧ୍ୟ ଦେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.