ETV Bharat / state

ପୁରୀ ବ୍ଲୁ-ଫ୍ଲାଗ ବିଚରେ କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କୁ ଯୋଗାଭ୍ୟାସ ତାଲିମ

author img

By

Published : Oct 17, 2020, 9:45 AM IST

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କୋରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଆସିଥିବା 200 ଜଣଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

yoga practice program has been organized in puri Blue-Flag Beach
ପୁରୀ ବ୍ଲୁ-ଫ୍ଲାଗ ବିଚରେ କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କୁ ଦିଆଗଲା ଯୋଗାଭ୍ୟାସ ତାଲିମ

ପୁରୀ: କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କୁ ଦିଆଗଲା ଯୋଗାଭ୍ୟାସ ତାଲିମ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି ଏହି ଯୋଗ ଭ୍ୟାସ କାର୍ଯ୍ୟକ୍ରମ । କୋରୋନା ମହାମାରୀରୁ ଆରୋଗ୍ୟ ଲାଭ କରି ଆସିଥିବା 200 ଜଣଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତ ସରକାରଙ୍କ ଆୟୁଷ ବିଭାଗ ଓ ରାଜ୍ୟ ସରକାରଙ୍କ ପରାମର୍ଶ ଓ ଗାଇଡଲାଇନକୁ ଅନୁପାଳନ କରି ପୁରୀର ବ୍ଲୁ-ଫ୍ଲାଗ ବିଚରେ ମୋ ବିଚ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଯାହାର ମୁଖ୍ୟ ଲକ୍ଷ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ।

10ଟି ପେଣ୍ଡାଲରେ 200 ଜଣ ଉପସ୍ଥିତ ରହି ଏହି ଯୋଗ କରିଥିଲେ । ବିଭିନ୍ନ ବର୍ଗର ବ୍ୟକ୍ତି ତଥା ସେବାୟତ , ଗଣମାଧ୍ୟମ , ପୋଲିସ , ସରକାରୀ କର୍ମଚାରୀ ଓ ସାଧାରଣ ଲୋକ ଏହି ଶିବିରରେ ଯୋଗଦାନ କରିଥିଲେ । ପାରମ୍ପରିକ ଯୋଗ ମୁଦ୍ରା ଦ୍ବାରା କିଭଳି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଧି ହେବ ଏବଂ କୋରୋନାରୁ ମୁକ୍ତି ମିଳିବ ସେନେଇ 10ଜଣ ଟ୍ରେଣ୍ଡ ଯୋଗ ଶିକ୍ଷକ ଯୋଗ ଶିଖାଇଥିଲେ ।

ଭୋର 5ଟାରୁ ଏହି ଶିବିର ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଏହାର ଉଦଯାପନୀ ଦିବସ |

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.