ETV Bharat / state

ହନୁମାନ ଜୟନ୍ତୀରେ ଚଳଚଞ୍ଚଳ ପୁରୀ, ଜାଗା ଆଖଡାରେ ପ୍ରଦର୍ଶିତ ହେଲା କୁସ୍ତି ବିଦ୍ୟା

author img

By

Published : Apr 14, 2022, 5:21 PM IST

ପୁରୀରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ୱ ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ଜାଗା ଆଖଡାରେ କୁସ୍ତି ବିଦ୍ୟା ସମେତ ବିଭିନ୍ନ ଶାରିରୀକ ବ୍ୟାୟାମ ପ୍ରଦର୍ଶିତ ହୋଇଛି । ଅଧିକ ପଢନ୍ତୁ

ହନୁମାନ ଜୟନ୍ତୀରେ ଚଳଚଞ୍ଚଳ ପୁରୀ, ଜାଗା ଆଖଡାରେ ପ୍ରଦର୍ଶିତ ହେଲା କୁସ୍ତି ବିଦ୍ୟା
ହନୁମାନ ଜୟନ୍ତୀରେ ଚଳଚଞ୍ଚଳ ପୁରୀ, ଜାଗା ଆଖଡାରେ ପ୍ରଦର୍ଶିତ ହେଲା କୁସ୍ତି ବିଦ୍ୟା

ପୁରୀ: ଶ୍ରୀକ୍ଷେତ୍ରରେ ପରମ୍ପରା ନିଆରା । ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ୱ ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ପ୍ରତ୍ୟେକ ଅନୁଷ୍ଠାନର ରୀତିନୀତି ମଧ୍ୟ ସ୍ୱତନ୍ତ୍ର । ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପୁରୀ ସହରରେ ଥିବା ବିଭିନ୍ନ ଜାଗା ଆଖଡାରେ ମହାବୀରଙ୍କ ପୂଜାର୍ଚ୍ଚନା କରାଯାଇଛି। ପରେ ସେବାୟତ ଘରର ଯୁବକ ମାନେ ପାରମ୍ପରିକ କୁସ୍ତି ଯୁଦ୍ଧ କଳା ଏବଂ ବ୍ୟାୟାମ କସରତ ପ୍ରଦର୍ଶନ ମଧ୍ୟ କରିଛନ୍ତି । ପରେ ପଣା ଛତୁଆ ଖାଇ ମହାବୀରଙ୍କ ଆଶୀର୍ବାଦ ନେଇଛନ୍ତି।

ସୂଚନାଅନୁସାରେ, ଅତୀତରେ ରାଜା ମହାରାଜାଙ୍କ ଶାସନ ସମୟରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ସେବାୟତ ଘରର ଯୁବକମାନେ ନେଉଥିଲେ। ଏଥି ପାଇଁ ନିଜ ଶରୀରଚର୍ଯ୍ୟାକୁ ବଜାୟ ରଖିବା ପାଇଁ ବିଭିନ୍ନ ବ୍ୟାୟାମ କସରତ କରିବା ସହ ପାରମ୍ପରିକ କୁସ୍ତି ଯୁଦ୍ଧ ବିଦ୍ୟା ଶିକ୍ଷା ଗ୍ରହଣ କରୁଥିଲେ। ସେଥିପାଇଁ ଶ୍ରୀମନ୍ଦିର ଚାରିପାଖରେ ବିଭିନ୍ନ ସାହିରେ ଜାଗା ଆଖଡା ଘର ନିର୍ମାଣ ହୋଇଥିଲା ।

ସେଠାରେ ସେବାୟତ ଘରର ଯୁବକମାନେ ବିଭିନ୍ନ ବ୍ୟାୟାମ କରି ନିଜ ଶରୀରକୁ ଶକ୍ତିଶାଳୀ କରି ବିଭିନ୍ନ ଯୁଦ୍ଧ ବିଦ୍ୟାର ଜ୍ଞାନ ଆରୋହଣ କରୁଥିଲେ। ସେହି ପରମ୍ପରାକୁ ଉଜୀବିତ ରଖିବା ପାଇଁ ଆଜି ପଣା ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ବିଭିନ୍ନ ଜାଗା ଘରେ ପ୍ରଭୁ ହନୁମାନଙ୍କୁ ପ୍ରଥମେ ପୂଜାର୍ଚ୍ଚନା ପରେ ବିଭିନ୍ନ କୁସ୍ତି କସରତ ବ୍ୟାୟାମ ଅନୁଷ୍ଠିତ ହୋଇଥାଏ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.