ETV Bharat / state

ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ପଟିଦିଅଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ - puri srimandir

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ୧୫ଦିନ ଧରି ଅଣସର ଘରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କର ଗୁପ୍ତ ସେବା କରାଯାଉଥିବାରୁ ଭକ୍ତଙ୍କୁ ଦର୍ଶନ ଦେବେ ପଟିଦିଅଁ। ଯାହାକୁ ନେଇ ପଟିଦିଅଁ ଗଢିବାରେ ବ୍ୟସ୍ତ ଚିତ୍ରକର ସେବାୟତ। ଅଧିକ ପଢନ୍ତୁ

ପଟି ଦିଅଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ପଟି ଦିଅଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
author img

By

Published : Jun 2, 2023, 9:52 PM IST

ପଟି ଦିଅଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ଆଉ ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ । ୧୫ଦିନ ଧରି ଅଣସର ଘରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କର କରାଯିବ ଗୁପ୍ତସେବା । ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ ଓ ଅନ୍ୟାନ୍ୟ ନୀତିକାନ୍ତି ବନ୍ଦ ରହିବ । ତେବେ ଭକ୍ତମାନଙ୍କୁ ନିରାଶ ନକରି ଶ୍ରୀମନ୍ଦିରରେ ପଟିଦିଅଁ ରୂପରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ପଟି ଦିଅଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଚିତ୍ରକର ସାହି ଓ ବାସେଳୀ ସାହି ପଣାପ୍ରିୟା ଲେନରେ ଚିତ୍ରକର ସେବାୟତ ଅତି ନିଷ୍ଠା, ଭକ୍ତି ତଥା ସମର୍ପଣ ମନୋଭାବର ସହ ପ୍ରସ୍ତୁତ କରୁଛନ୍ତି ପଟିଦିଅଁ । ସ୍ନାନବେଦୀରେ ସ୍ନାନ କରିବା ପରେ ଦୀର୍ଘ ୧୫ ଦିନ ଦିନ ଧରି ଅଣସର ଘରେ ଜ୍ୱରରେ ପୀଡ଼ିତ ହେବେ ଚତୁଃର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଉପଚାର ଲାଗି ଦଇତାପତି ସେବାୟତମାନେ ଅଣସର ଘରେ ଗୁପ୍ତ ସେବା କରିବେ। ଅଣସର ୧୫ ଦିନ ଶ୍ରୀବିଗ୍ରହଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ। ଏଣୁ ପାରମ୍ପରିକ ବିଧି ଅନୁଯାୟୀ ଚିତ୍ରକର ସେବକମାନେ ସାବିତ୍ରୀ ପରଦିନଠାରୁ ପଟିଦିଅଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିତ୍ରକରଙ୍କ ପାରମ୍ପରିକ ରଙ୍ଗ ଓ ତୂଳୀ ସ୍ପର୍ଶରେ ଜୀବନ୍ତ ରୂପ ନେଇଥାନ୍ତି ଠାକୁରମାନେ । ପଟିଦିଅଁ ପ୍ରସ୍ତୁତି ସମୟରେ ଚିତ୍ରକର ସେବାୟତ ଓ ତାଙ୍କ ପରିବାର ଲୋକେ ହବିଷ୍ୟାନ୍ନ ଗ୍ରହଣ କରିଥାନ୍ତି ।

ପଟିଦିଅଁ ପ୍ରସ୍ତୁତି ପାଇଁ ପ୍ରଥମେ ନୂଆ ସୂତାକନା ଅଣାଯାଏ । ତେନ୍ତୁଳି ମଞ୍ଜିକୁ ପାଣିରେ ବତୁରା ଯାଇ ବାଟି ଅଠା ପ୍ରସ୍ତୁତ କରାଯିବା ପରେ ସୂତାକନାର ଗୋଟିଏ ପାର୍ଶ୍ୱରେ ଲେପନ କରାଯାଇ ଖରାରେ ଶୁଖାଇ ଦିଆଯାଏ । ଧଳା ଓ ଗେରୁଆ ରଙ୍ଗ ପାଣିରେ ତିନି ଦିଅଁଙ୍କ ଆକୃତି ଅଙ୍କନ କରାଯିବା ପରେ ବନକା କରାଯାଇ ପଟିଦିଅଁ ପ୍ରସ୍ତୁତ କରାଯାଏ । ତେବେ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୂବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ,‌ ଏବଂ ଶ୍ରୀ ସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଇଥାଆନ୍ତି ବୋଲି କହିଛନ୍ତି ଚିତ୍ରକର ସେବକ ।

ସ୍ନାନବେଦୀରୁ ଠାକୁରଙ୍କ ବାହୁଡା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ଏକ ପଟୁଆର ବାହାରି ଚିତ୍ରକରଙ୍କ ଘରକୁ ଯିବାର ପରମ୍ପରା ରହିଛି । ଚିତ୍ରକର ସେବାୟତଙ୍କ ଘରର ମହିଳାମାନେ ପାରମ୍ପରିକ ପୂଜାର୍ଚ୍ଚନା ସାରିବା ପରେ ଘଣ୍ଟ, ଛତ୍ରୀ, କାହାଳୀ ସହ ଶ୍ରୀମନ୍ଦିରକୁ ପଟିଦିଅଁ ବିଜେ କରିଥାଆନ୍ତି । ଏହି ସମୟରେ ଭକ୍ତ ମାନେ ତିନି ଠାକୁରଙ୍କ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଏବଂ ଭୁବନେଶ୍ଵରୀ ପଟିଦିଅଁ ଦର୍ଶନ କରିଲେ ସେମାନଙ୍କ ସମସ୍ତ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଶ୍ରୀମନ୍ଦିର ପ୍ରଶାସନଠାରୁ ଆଖି ଦୃଶିଆ ପାରିଶ୍ରମିକ ନମିଳୁଥିଲେ ମଧ୍ୟ ମହାପ୍ରଭୁଙ୍କ ପ୍ରତି ସେବା ମନୋଭାବ ନେଇ ବେଶ୍ ଉତ୍ସାହର ସହ ପଟିଦିଅଁ ପ୍ରସ୍ତୁତ କରିଥାଆନ୍ତି ଏହି ଚିତ୍ରକର ସେବକମାନେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.