ETV Bharat / state

ତିନି ଦିନିଆ ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ଉଦଯାପିତ - ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଆୟୋଜିତ ଅନ୍ତରୀକ୍ଷ ସପ୍ତାହ

ପୁରୀ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଆୟୋଜିତ ତିନି ଦିନିଆ ବିଶ୍ବ ଅନ୍ତରୀକ୍ଷ ସପ୍ତାହ ଉଦଯାପିତ । ଅଧିକ ପଢନ୍ତୁ

world space week function concluded
world space week function concluded
author img

By ETV Bharat Odisha Team

Published : Oct 7, 2023, 7:38 AM IST

ପୁରୀ: ମହାକାଶ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଦେବା ପାଇଁ ପୁରୀ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ତିନି ଦିନିଆ ବିଶ୍ବ ଅନ୍ତରୀକ୍ଷ ସପ୍ତାହ ଆରମ୍ଭ ହୋଇଥିଲା । ଯାହା ଗତକାଲି(ଶୁକ୍ରବାର) ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ମହାକାଶକୁ ଭଲପାଇବା ଓ ଜନ କଲ୍ୟାଣରେ ତାହାକୁ ବିନିଯୋଗ କରିବା । କିନ୍ତୁ ମହାକାଶକୁ ପ୍ରଦ୍ୟୁଷିତ କରିବା ନାହିଁ ।

world space week function concluded
world space week function concluded

ସେହିପରି ଅନ୍ୟପଟେ ଇସ୍ରୋର ନିର୍ଦ୍ଦେଶକ କହିଥିଲେ ଯେ, ଏ ରାଜରାଜନ ଅନ୍ତରୀକ୍ଷ ବିଜ୍ଞାନର ଅନେକ ଅଗ୍ରଗତି ଘଟିଛି । ଆମେ ପୂର୍ବରୁ ବିଫଳ ହୋଇଥିଲେ ମଧ୍ୟ ସେଥିରୁ ସଫଳତାର ସୂତ୍ର ପାଇଛୁ । ତେବେ ପୁରୀରେ ଆୟୋଜିତ ଏହି ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପାଳନ ଅବସରରେ ହଜାର ହଜାର ଛାତ୍ରଛାତ୍ରୀ ଓ ଲୋକମାନେ ମହାକାଶ ସମ୍ପର୍କିତ ପ୍ରଦର୍ଶନୀ ଦେଖିଛନ୍ତି । ଏହାଦ୍ୱାରା ସେମାନେ ପ୍ରଭାବିତ ହେବା ସହ ଭବିଷ୍ୟତରେ ସେମାନଙ୍କୁ ଏହା ପ୍ରେରଣା ଦେବ ବୋଲି କହିଛନ୍ତି ।

ଏଥିସହ ଇସ୍ରୋର ଉପନିର୍ଦ୍ଦେଶକ ଆର ସେନ୍ଥିଲି କୁମାର, ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, ବିଶ୍ୱ ଅନ୍ତରୀକ୍ଷ ସପ୍ତାହ ପୁରୀର ଅଧ୍ୟକ୍ଷ ଅମିତାଭ ମହାନ୍ତି ପ୍ରମୁଖ ଯୋଗ ଦେଇ ଅନ୍ତରୀକ୍ଷ ବିଜ୍ଞାନ, ବୈଜ୍ଞାନିକ ଉପଲବ୍ଧି ଓ ବୈଜ୍ଞାନିକମାନଙ୍କ ସାଧନା ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିବା ବେଳେ ରାଜ୍ୟପାଳ ଇସ୍ରୋ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।

ଏହା ମଧ୍ୟ ପଢନ୍ତୁ - ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ବିଶ୍ବ ଅନ୍ତରୀକ୍ଷ ସପ୍ତାହ, ଛାତ୍ରଛାତ୍ରୀ ଦେଖିଲେ ଇସ୍ରୋର ସଫଳତାର କାହାଣୀ

ଏହା ମଧ୍ୟ ପଢନ୍ତୁ-ତାମିଲନାଡୁର 9 ISRO ବୈଜ୍ଞାନିକଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ଷ୍ଟାଲିନ

ପ୍ରକାଶ ଥାଉକି, ସାଟେଲାଇଟ, ବିଭିନ୍ନ ଯନ୍ତ୍ରାଶଂ, ଚନ୍ଦ୍ରଯାନ-3, ଆଦିତ୍ୟ ଏଲ-1 ନେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଇଛି । ମହାକାଶ ବିଜ୍ଞାନକୁ ଛାତ୍ରଛାତ୍ରୀଙ୍କ ଗହଣରେ ଅଧିକ ଲୋକପ୍ରିୟ କରିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ବିଶ୍ବ ଅନ୍ତରୀକ୍ଷ ସପ୍ତାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ତଥା ଇସ୍ରୋର ସହଭାଗିତାରେ ଏହା ଅନୁଷ୍ଠିତ ହୋଇଥିଲା । ତେବେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରୀ ସହରର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.