ETV Bharat / state

ଶ୍ରୀମନ୍ଦିରରେ ଅଘଟଣ, ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଆହତ - ଶ୍ରୀମନ୍ଦିରରେ ଦୀପରୁ ନିଆଁ ଲାଗି ଶ୍ରଦ୍ଧାଳୁ ଗୁରୁତର

ଶ୍ରୀମନ୍ଦିର ଭିତରେ ଅଘଟଣ । ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଆହତ । ଭୁବନେଶ୍ବରରୁ ଦର୍ଶନ ପାଇଁ ଆସିଥିଲେ ଆହତ ମହିଳା । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଗୁରୁତର

author img

By

Published : Jan 28, 2023, 3:26 PM IST

ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଆହତ

ପୁରୀ: ଶ୍ରୀମନ୍ଦିର ଭିତରେ ପୁଣି ଘଟିଛି ଅଘଟଣ । ଆଜି ଶ୍ରୀମନ୍ଦିରରେ ଦୀପରୁ ନିଆଁ ଲାଗି ଜଣେ ମହିଳା ଭକ୍ତ ଗୁରୁତର ଆହତ ହୋଇଛନ୍ତି । ଶ୍ରୀମନ୍ଦିର ପାଟ ଅଗଣା ଦୀପଷ୍ଟାଣ୍ଡ ନିକଟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଆହତ ମହିଳା ହେଉଛନ୍ତି ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳର ସୋମ୍ୟା ଦାସ । ତାଙ୍କୁ ପ୍ରଥମେ ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଛି । ଦୀପରୁ ନିଆଁ ଲାଗି ମହିଳାଙ୍କ ଶାଢ଼ୀ ସହ ବାମ ହାତ ପୋଡି ଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ମହିଳା ଭକ୍ତ ଜଣକ ଆଜି ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ଆସିଥିଲେ । ଶ୍ରୀମନ୍ଦିର ପାଟ ଅଗଣା ନିକଟରେ ଛିଡା ହୋଇଥିବାବ ବେଳେ ଦୀପରୁ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା ଓ ହାତ ପୋଡି ଯାଇଥିଲା । ଏହା ଦେଖି ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ଓ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାପରେ ମନ୍ଦିର ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ: ସକାଳେ ହେଲା ରାତ୍ର ପହୁଡ ନୀତି, ଭିଡ଼ରେ ଠିଆ ହୋଇ କଲବଲ ଭକ୍ତ

ଶ୍ରୀମନ୍ଦିର ଭିତରେ ବାରମ୍ବାର ଏଭଳି ଅଘଟଣ ଘଟୁଛି । ଏଥିପାଇଁ ଅନ୍ୟ ସ୍ଥାନରେ ଦୀପଷ୍ଟାଣ୍ଡ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରଦ୍ଧାଳୁମାନେ କହିଛନ୍ତି । ହେଲେ ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ବାରମ୍ବାର ଚେତାବନୀ ସତ୍ତ୍ବେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଅନ୍ୟପଟେ ଆଜି ଶନିବାର ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । କାଳିଆ ଠାକୁରଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନଙ୍କୁ ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିଛି । ଭିଡ ଏତେ ମାତ୍ରାରେ ରହିଛି ଯେ ଭକ୍ତଙ୍କ ଧାଡ଼ି ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଦେଖାଯାଇଛି । ସେହିପରି ଗତକାଲି ମଧ୍ୟ ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ ଯୋଗୁଁ ଭକ୍ତମାନଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଲାଇନରେ ଛିଡା ହେବାକୁ ପଡିଥିଲା । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.